କୋଲକତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ତେଜିବାରେ ଲାଗିଛି । ଦେଶର ବିଭିନ୍ନ ଅଞ୍ଚଳର ଡାକ୍ତରମାନେ ରାଜରାସ୍ତାକୁ ଓଲ୍ହାଇଛନ୍ତି । ଭାରତୀୟ ମେଡିକାଲ ସଂଘ ପକ୍ଷରୁ ଆଜି ୨୪ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦିଆଯାଇଛି ।ଆଜି ସକାଳ ୬ରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।
ଦେଶବ୍ୟାପୀ ବନ୍ଦ କାରଣରୁ ରୋଗୀ ସେବା ମଧ୍ୟ ପ୍ରଭାବିତ ହେବ । ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅପରାଧୀଙ୍କୁ ଦଣ୍ଡ ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଏଥି ସହିତ ଦିଲ୍ଲୀର ଏମ୍ସ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଏକ ପଦଯାତ୍ରା କରିଥିଲେ । ଏସୟୁସିଆଇ ଏକ 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଥିଲେ ।