ଦିନ ଥିଲା ଖୋଲା ଆକାଶର ମୁକ୍ତ ବିହଙ୍ଗ ପରି ଉଡି ବୁଲୁଥିଲେ ପ୍ରତୀକ୍ଷା ।ପାଠ ପଢି ଡାକ୍ତର ହେଲେ ବାପା ମା ଙ୍କ ସ୍ୱପ୍ନକୁ ପୂରଣ କଲେ। ପରେ ତାଙ୍କ ଜୀବନରେ ପ୍ରେମ ଆଣିଲା ଭିନ୍ନ ମୋଡ ।ପ୍ରେମ କରି ବିବାହ କଲେ ।ମାତ୍ର ବିବାହର ୫ମାସ ଭିତରେ ସବୁ କିଛି ହୋଇଗଲା ଓଲଟପାଲଟ ।ଜୀବନ ପ୍ରତି ଆସିଗଲା ବିତୃଷ୍ନା ଭାବ ।ଆଉ ଛାଡିଦେଲେ ଦୁନିଆ ।ନିଜ ସୁଇସାଇଡ ନୋଟରେ ମାତ୍ର ୫ ମାସର ବୈବାହିକ ଜୀବନରେ ତୁମେ ମୋ ଜୀବନକୁ ନର୍କ କରିଦେଲ । ଏପରି ନର୍କରେ ଘାଣ୍ଟି ହେବା ଅପେକ୍ଷା ଦୁନିଆ ଛାଡ଼ିଦେବା ଭଲ। ଦୁଃଖଭରା କାହାଣୀ ଲେଖି ଶେଷରେ ଝୁଲିପଡ଼ିଲେ ୨୬ ବର୍ଷୀୟା ଡାକ୍ତର ପ୍ରତୀକ୍ଷା ଭୁସାରେ।ଜୀବନର ଶେଷ ସମୟରେ ବି ତାଙ୍କୁ ନିଜ ମନରୁ ଭୁଲି ପାରି ନ ଥିଲେ ପ୍ରତୀକ୍ଷା ।
ଏପରିକି ଏକ ହୃଦୟବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ଘଟିଛି। ଡାକ୍ତର ପ୍ରତୀକ୍ଷା ଭୁସାରେ ଛତ୍ରପତି ସମ୍ଭାଜୀ ନଗରର ଏକ ହସ୍ପିଟାଲରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସ୍ୱାମୀ ରୁଷରୁ ମେଡିକାଲ ପାଠ ପଢ଼ିଥିବା ବେଳେ ନିଜର ଏକ ହସ୍ପିଟାଲ ଖୋଲିବାକୁ ଚାହୁଁଥିଲେ। ଏଥିନିମନ୍ତେ ବାପଘରୁ ଅଧିକ ଟଙ୍କା ଆଣିବା ନିମନ୍ତେ ସେ ପତ୍ନୀଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ଅତିଷ୍ଠ ହୋଇ ପ୍ରତିକ୍ଷା ଶେଷରେ ନିଜ ରୁମ୍ରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି।
ଜୀବନ ହାରିବା ପରେ ମଧ୍ୟ ସ୍ୱାମୀଙ୍କୁ ଲେଖିଲେ ମୋତେ ଜାବୁଡ଼ି ଧରିବ, ପରେ ଚିତାରେ ଶୋଇଦେବ ପରେ ନିଜର ସୁଖରେ ରହିବ ।ପ୍ରତୀକ୍ଷାଙ୍କ ସୁଇସାଇଡ ନୋଟ ଅନ୍ୟମାନଙ୍କ ଆଖିରେ ଲୁହ ଭରି ଦେଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ମୁଣ୍ଡରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି। ଶାଶୁ ଘର ଲୋକ ତଥା ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଝିଅ ଏପରି ଚରମ ପଦକ୍ଷେପ ଉଠାଇଥିବା ପ୍ରତୀକ୍ଷାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

