Site icon UTKAL PRATIDIN

ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ ଭଲ ହୋଇଯାଏ ରୋଗ

Capture3

ଭୁବନେଶ୍ଵର: ଆମ ଦେଶର ପ୍ରାୟ ପ୍ରତ୍ୟେକ ଗାଁରେ ଏକ ହନୁମାନ ମନ୍ଦିର ନିଶ୍ଚେ ରହିଥିବ | ପ୍ରତିଦିନ କୋଟି କୋଟି ଭକ୍ତ ଭଗବାନଙ୍କ ଆରଧନା କରନ୍ତି । ଯେତେବେଳେ ବି ଜୀବନରେ ଭୟଭୀତ ଲାଗେ, ସେତେବେଳେ ବଜରଙ୍ଗବଲିଙ୍କ କଥା ମନେପଡ଼େ । ହନୁମାନଙ୍କ ନାମ ଜପିଲେ ଭୟ ଦୁର ହୁଏ ବୋଲି ବିଶ୍ୱାସ ରହିଛି । ମଧ୍ୟପ୍ରଦେଶର ଭିଣ୍ଡ୍‌ରେ ଦଣ୍ଡୁବା ଧାମ ନାମକ ଏକ ହନୁମାନ ମନ୍ଦିର ଅଛି । ଦୁର ଦୁରାନ୍ତରୁ ଅନେକ ଲୋକ ଏହି ମନ୍ଦିରକୁ ନିତି ଦର୍ଶନ ପାଇଁ ଆସୁଛନ୍ତି । ଏଠାରେ ଅଞ୍ଜନୀପୁତ୍ର ଡାକ୍ତର ବଜରଙ୍ଗବଲି ଭାବରେ ପୂଜା ପାଇ ଆସୁଛନ୍ତି । 

ମନ୍ଦିର ପୁରୋହିତ ଏବଂ ସ୍ଥାନୀୟ ଭକ୍ତମାନଙ୍କ ମତରେ ଯଦି ଆପଣ ଦାଣ୍ଡୁଭା ଧାମକୁ ଆସି ପ୍ରଭୁ ହନୁମାନଙ୍କ ଦର୍ଶନ କରନ୍ତି ତେବେ, ସମସ୍ତ ରୋଗ ଭଲ ହୋଇଯାଏ । କର୍କଟ ଭଳି ମାରାତ୍ମକ ରୋଗ ମଧ୍ୟ ଭଗବାନ ଭଲ କରିଦିଅନ୍ତି ବୋଲି ବିଶ୍ୱାସ ରହିଛି । ଅନେକ କର୍କଟ ରୋଗୀ ନିୟମିତ ଭାବେ ଏଠାକୁ ଆସନ୍ତି । ହନୁମାନଙ୍କ ଚରଣ ଲାଗି ପାଣି ନେଇ ପିଇ ଥାଆନ୍ତି । ଏହି ପାଣି ପିଇଲେ କର୍କଟ ଭଳି ରୋଗ ମଧ୍ୟ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ଯେ, ହନୁମାନ ନିଜେ ରୋଗୀଙ୍କ ଚିକିତ୍ସା କରି ସୁସ୍ଥ କରାନ୍ତି । ସ୍ଥାନୀୟ ଲୋକଙ୍କ ମୁତାବକ ଯଦି ଆପଣ ଭକ୍ତିର ସହିତ ମନ୍ଦିରକୁ ଆସନ୍ତି ତେବେ ଯେକୌଣସି ବଡ଼ ରୋଗ ଭଲ ହୋଇଯାଇପାରେ ।

ପ୍ରଭୁ ହନୁମାନ ସମସ୍ତ ପ୍ରକାରର ରୋଗରୁ ଆରୋଗ୍ୟ କରନ୍ତି, ତେଣୁ ଏହି ମନ୍ଦିର ଡାକ୍ତର ହନୁମାନ କ୍ଲିନିକ୍ ଭାବରେ ବି ଜଣାଶୁଣା । ଯଦି ଆପଣ ଡାକ୍ତର ହନୁମାନଙ୍କୁ କ୍ରମାଗତ ପାଞ୍ଚଟି ମଙ୍ଗଳବାର ଧ୍ୟାନ କରନ୍ତି ଏବଂ ଚରଣାଶ୍ରିତ ଜଳ ପିଅନ୍ତି, ତେବେ କର୍କଟ ଭଳି ମାରାତ୍ମକ ରୋଗ କମିଯାଏ । ବିଶ୍ୱାସ କରାଯାଏ ଯେ, ଅତୀତରେ ପ୍ରଭୁ ହନୁମାନ ନିଜେ ଭକ୍ତଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତର ରୂପରେ ଆସିଥିଲେ । ସେଥିପାଇଁ ଏଠାରେ ଭଗବାନ ହନୁମାନଙ୍କୁ ଜଣେ ଡାକ୍ତର ଭାବରେ ପୂଜା କରାଯାଏ । ଏହି ପ୍ରବନ୍ଧଟି କେବଳ ସର୍ବସାଧାରଣ ବିଶ୍ୱାସ, ଇଣ୍ଟରନେଟରେ ଉପଲବ୍ଧ ସୂଚନା ଉପରେ ଆଧାରିତ । News18 ଏହାର ଯାଞ୍ଚ କରି ନାହିଁ। ଏହା ସମ୍ପୂର୍ଣ୍ଣ ସତ୍ୟ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

Exit mobile version