Site icon UTKAL PRATIDIN

ମହାଷ୍ଟମୀ ରେ ମାଙ୍କ ପାଇଁ କରନ୍ତୁ ଏହି ଭୋଗ; ନହଲେ ପୂଜା ହେବନି ସଫଳ

233

ଜଗତସିଂହପୁର: ଆରମ୍ଭ ହେଲା ପାର୍ବଣ ପୂଜା। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ସକାଳୁ ମା ଙ୍କ ସ୍ନାନ ପରେ ନୀତିକାନ୍ତି ଅନୁଯାୟୀ ପାର୍ବଣ ପୂଜା ଆରମ୍ଭ ହୋଇଛି ।

ଚଳିତ ବର୍ଷ ଷୋଡ଼ଶ ଉପଚାରରେ ମା ଙ୍କ ଶାରଦୀୟ ପୂଜା ପାଳନ କରାଯିବ । ପ୍ରତ୍ୟକ ଦିନ ବୈଦିକ ବ୍ରହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀ ପାଠ ସହିତ ହୋମ ଯଜ୍ଞ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ମାଙ୍କ ଆଳତି ସହିତ ବିଭିନ୍ନ ବେଶରେ ସଜିତ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ ଝଙ୍କଡ଼ ବାସିନୀ ମା ଶାରଳା । ରାତ୍ରି ଦଶଟା ସମୟରେ ମା ଙ୍କୁ ସୁନାବେଶ କରାଯିବ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ମାଙ୍କୁ ସକାଳୁ ସ୍ନାନ ପରେ ସୂର୍ଯ୍ୟ ପୂଜା,ଗୋପୂଜା, ଚଣ୍ଡୀ ପାଠ, ସକାଳ ଆଳତି, ମଧ୍ୟାହ୍ନ ନୀତି ସହିତ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ।

ଚଳିତ ପ୍ରଥା ଅନୁସାରେ ଆଗରୁ ମହାଷ୍ଟମୀ ଦିନ ମହିସି ବଳି ଦିଆ ଯାଉଥିଲା । ବଳି ପ୍ରଥା ବନ୍ଦ ହେବାପରେ ମାଙ୍କ ନିକଟରେ ୧୦୮ ପ୍ରକାରର ସୁସ୍ୱାଦୁ ପିଠା,ମିଠା ଭୋଗ ଲାଗି କରାଯାଏ । ମହାଷ୍ଟମୀ ରେ ସବୁଠାରୁ ବଡ଼ ଭୋଗ ହେଉଛି ମାଙ୍କର ମଣ୍ଡା ଭୋଗ । ଏହି ମଣ୍ଡା ଗୁଡିକ ୦୧ କିଲୋରୁ ୧୫କିଲୋ ଓଜନର ହୋଇଥାଏ । ଏହାକୁ ପାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ । ତେବେ ମା ଙ୍କର ଏହି ପୂଜା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଶ୍ରଦ୍ଧାଳୁ ମାନେ ମା ଙ୍କୁ ଦର୍ଶନ କରିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Exit mobile version