UTKAL PRATIDIN

ଏମିତି ଏକ ଗଛ, ଯେଉଁଥିରେ ଫଳନ୍ତି ଉଲଗ୍ନ ନାରୀ!

ନୂଆଦିଲ୍ଲୀ: ପ୍ରକୃତି ବି ଅଜବ । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବ ଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ ବି ଅଛି । ବୃକ୍ଷଲତାଙ୍କ ରଙ୍ଗ ସବୁଜ ହୋଇଥାଏ ବୋଲି ତ ସେମାନେ ସୂର୍ଯ୍ୟାଲୋକ ସାହାଯ୍ୟରେ ନିଜ ଖାଦ୍ୟ ପ୍ରସ୍ତୁତ କରିପାରନ୍ତି । ପରସ୍ପର ଉପରେ ଖାଦ୍ୟ ସକାଶେ ନିର୍ଭର କରିବା ପାଇଁ ଓ ଜୀବ ଜଗତରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ହିଁ ତ ପ୍ରକୃତି ଏକ ଖାଦ୍ୟଶୃଙ୍ଖଳା କରିଛି । ଆମ ପୃଥିବୀ ପୃଷ୍ଠରେ ଏମିତି ଗଛ ତଥା ଜୀବଜନ୍ତୁ ଅଛନ୍ତି ଯାହା ବିଷୟରେ ଅନେକେ ଏଯାବତ ଜାଣି ନଥିବେ କି ଶୁଣି ନଥିବେ ।

ଏମିତି ହିଁ ଏକ ଅଦ୍ଭୁତ ଗଛ ହେଉଛି ନାରୀଲତା । ଏହାର ନାଁକୁ ଶୁଣିବା କ୍ଷଣି ଯେ କେହି ପ୍ରଥମେ ଏକ ନାରୀର ଚିତ୍ର ନିଜ ଆଖି ସାମ୍ନାକୁ ଆଣିବ । ନାରୀଲତା ନାମକ ଏହି ଗଛରେ ଅଜବ ପ୍ରକାରର ଫୁଲ ଫୁଟିଥାଏ । ଏହି ଫୁଲର ଆକାର ଏକ ନାରୀ ଶରୀର ପରି ହିଁ ହୋଇଥାଏ । ଏହି କାରଣରୁ ତ ଏହାର ନାଁ ନାରୀଲତା ରଖାଯାଇଛି । ଏହି ଗଛ ସାଧାରଣତଃ ହିମାଳୟର ପାଦଦେଶ , ଶ୍ରୀଲଙ୍କା, ଥାଇଲାଣ୍ଡର କେତେକ ସ୍ଥାନରେ ହିଁ ଦେଖାଯାଇଥାଏ । କୁହାଯାଉଛି କି ୨୦ ବର୍ଷ ଅନ୍ତରରେ ହିଁ ଏହି ଗଛରେ ଫୁଲ ଫୁଟିଥାଏ । ଏହାର ରଙ୍ଗ ଈଷତ ହଳଦିଆ ରଙ୍ଗର । ପ୍ରଥମ ଥର ପାଇଁ ଏହାକୁ ଯିଏ ଦେଖିବ ଏକ ଛୋଟ କଣ୍ଡେଇ ଟିଏ ବୋଲି ହିଁ ଭାବିବ । ଏହି ଫୁଲଟି ସାଧାରଣ ବ୍ୟବହାରରେ ଆସୁନଥିଲେ ବି ଏହାର ଅଦ୍ଭୁତ ଆକାର ସମସ୍ତଙ୍କୁ ନିଜ ପ୍ରତି ଆକୃଷ୍ଟ କରିଥାଏ ।

ସ୍ଥାନୀୟ ଲୋକମାନେ ଏହି ଗଛକୁ ନୈରୀଫନ ବୋଲି କୁହନ୍ତି । କେବଳ ସେତିକି ନୁହେଁ ସେଠାକାର ଲୋକ ଏହି ଗଛକୁ ଗଭୀର ବିଶ୍ଵାସ ସହ ପୂଜା ମଧ୍ୟ କରିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛକୁ ସ୍ଵୟଂ ଭଗବାନ ବୁଦ୍ଧ ଥାଇଲ୍ୟାଣ୍ଡର ହିମାଫାନ ଜଙ୍ଗଲରେ ଲଗାଇଥିଲେ । ବିଶ୍ଵାସ କରାଯାଏ ଯେ ଭଗବାନ ଇନ୍ଦ୍ର ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଏହି ଜଙ୍ଗଲରେ ରହୁଥିଲେ । ଥରେ ଇନ୍ଦ୍ରଙ୍କ ପତ୍ନୀ ଜଙ୍ଗଲକୁ ଫଳ ଆଣିବା ପାଇଁ ଯାଇଥିଲେ । ସେତେବେଳେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ । ସେତେବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ଭଗବାନ ତୁରନ୍ତ ଜଙ୍ଗଲରେ ୧୨ଟି  ନୈରୀଫନ ଗଛ ସୃଷ୍ଟି କରିଥିଲେ ଏବଂ ସେହି ଲୋକ ମାନଙ୍କୁ ଧୋକା ଦେବା ପାଇଁ ସେହି ଗଛରେ ଏପରି ଫଳ ସୃଷ୍ଟି କଲେ ଯାହା ଦେଖିବାକୁ ଏକ ଉଲଗ୍ନ ମହିଳା ପରି ଦେଖାଯାଉଥିଲା ।

କୁହାଯାଏ ଯେ ସେ ଏହି ଫଳଗୁଡ଼ିକୁ ତାଙ୍କ ସାଙ୍ଗରେ ନେଇଯାଇଥିଲେ । ଯିଏ ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ, ସେ ଚାରିମାସ ପର୍ଯ୍ୟନ୍ତ ଗଭୀର ନିଦ୍ରାରେ ଶୋଉଥିଲେ ଏବଂ ସେମାନେ ସେମାନଙ୍କର ସମସ୍ତ ଶକ୍ତି ହରାଉଥିଲେ | ଲୋକମାନେ କୁହନ୍ତି ଯେ ସେହି ଦିନଠାରୁ ମହିଳାଙ୍କ ଶରୀର ଆକୃତିର ଫଳଗୁଡ଼ିକ ଏହି ଗଛରେ ହୋଇଥାଏ | ତେବେ, ଏହା ପ୍ରକୃତରେ ଫଳ କି ଅନ୍ୟ କିଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

Exit mobile version