ଆସି ସାରିଛି ଶରତ ଋତୁ ।କାଶତଣ୍ଡୀ ଫୁଲର ଖିଲି ଖିଲି ହସରେ ଧାରା ଅବତରଣ କରିବେ ଜଗତଜନନୀ ମା ଦୁର୍ଗା ।ମା ଦୁର୍ଗାଙ୍କ ଆଗମନ ପାଇଁ ଚାଲ ଚଞ୍ଚଳ ଗାଁ ଠୁ ସହର । ଏଥିପାଇଁ ସବୁଠି ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି ।କଟକ ସହରରେ ମଧ୍ୟ ଶାନ୍ତିଶୃଙ୍ଖଳା ଭାବେ ପୂଜାକୁ ସମ୍ପର୍ଣ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଜାରି କରାଯାଇଛି ।
ଭସାଣିରେ ୬ଟି ସାଉଣ୍ଡ ବକ୍ସ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ବନ୍ଧୁକଧାରୀ ପୁଲିସ ମୁତୟନ ହେବେ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ପରେ କଟକ ଅତରିକ୍ତ ଡିସିପି ଅନୀଲ ମିଶ୍ର ଏହି ସୂଚନା ଦେଇଛି ।ସେହିପରି ମା’ଙ୍କ ଭସାଣି ସମୟରେ ବାଣ ଫୁଟାଯାଇ ପାରିବନି।
ରାତି ୧୦ଟା ପର୍ଯ୍ୟନ୍ତ ଶୋଭାଯାତ୍ରାର ଅନୁମତି ରହିଛି, କିନ୍ତୁ ଯଦି ରାଜ୍ୟ ସରକାର ଅନୁମତି ଦେବେ, ରାତି ୧୨ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ଅତରିକ୍ତ ଡିସିପି ସୂଚନା ଦେଇଛନ୍ତି।ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଶାନ୍ତି କମିଟି, ମହାନଗର ପୂଜା କମିଟି ସମେତ ଜନ ପ୍ରତିନିଧି ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।

