Site icon UTKAL PRATIDIN

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

32c668dd-ed82-4a70-8b8d-62b0f3f9c197

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କିପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।ଏହା ସହିତ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାକୁ ସୁରକ୍ଷିତ ରଖିବା ସହ ଶିକ୍ଷାବିତଙ୍କ ସ୍ୱାଧୀନତା ପାଇଁ ଆଇନରେ ସଂଶୋଧନ ଜରୁରି ବୋଲି ଚିଠିରେ ଅନୁରୋଧ କରାଯାଇଛି।

ଏହି ସଂଶୋଧନ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ସୃଷ୍ଟି କରିପାରେ।ଯାହାକି ଶିକ୍ଷକଙ୍କ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବ। ଏହି ଅବକ୍ଷୟ ଶିକ୍ଷାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଶିକ୍ଷାର ଗୁଣବତ୍ତାର ମାନ ଉପରେ ମଧ୍ୟ ପ୍ରଭାବ ପଡିବ। ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ରାଜ୍ୟ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖିଛନ୍ତି ।

Exit mobile version