Site icon UTKAL PRATIDIN

ଆରପାରିରେ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ

b1ea7eff-eebc-463d-9cbd-015e15551c3f

ଖୁବ ଚର୍ଚ୍ଚିତ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି। ସର୍ବାଧିକ ୨୩ଥର କଂସ ମହାରାଜ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ ଓରଫ୍ ଏଲି ।୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଗୋପାଳ କଂସ ଭୂମିକାରେ ଅଭିନୟ କରୁଥିଲେ ।ଗୋପାଳ ପେସାରେ ଜଣେ ପୋଲିସ କିନ୍ତୁ ନିଶା ତାଙ୍କର ଅଭିନୟ ।ନଗର ପରିକ୍ରମା ସମୟରେ ହାତୀ ଉପରେ ବସି ଅଭିନୟ ମାଧ୍ୟମରେ ଦର୍ଶକଙ୍କର ମନ କିଣୁଥିଲେ । ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ଥିଲେ ଏବଂ ହଠାତ ଅସୁସ୍ଥତା ଅନୁଭବ କରିଥିଲେ। ସେଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

Exit mobile version