Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ଡିଜିଏମ୍, କୋଟି କୋଟି ଟଙ୍କାର ସଂପତ୍ତି ଠାବ

WhatsApp-Image-2024-11-18-at-1.18.47-PM

ଭିଜିଲାନ୍ସ ଜାଲରେ ମାଳ ମାଳ ସରକାରୀ କର୍ମଚାରୀ ଛନ୍ଦି ହେଉଛନ୍ତି ।ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। ରେଡ୍‌ ଚାଲିଥିବା ବେଳେ ଭିଜିଲାନ୍ସ ଠାବ କଲାଣି କେଜିଏ ସୁନା। ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା, ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ, ୧ କେଜିରୁ ଅଧିକ ସୁନା ଠାବ ହୋଇଛି। ଏଯାବତ ୧୩ ଲକ୍ଷ ଟଙ୍କା, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର ଠାବ ହୋଇଛି।

Exit mobile version