ନୂଆ ଓଡିଶା ଯୋଜନା , ୧ ଲକ୍ଷ ଯୁବକ-ଯୁବତୀଙ୍କ କରାଯିବ ଦକ୍ଷତା ବିକାଶ । ନୂତନ ଉନ୍ନତ ଅଭିଳାଷ ବା ନୁଆଁ ଓଡ଼ିଶା ଯୋଜନାକୁ ବୈଠକରେ ମଂଜୁରୀ ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ କରାଯିବ ଦକ୍ଷ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା । ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ , ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ ।
ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷା ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ ଇ ପାଠ୍ୟକ୍ରମ ରଖାଯିବ । ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ । ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ । ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ ।
ଏହା ପାଇଁ ୪୮ ଦଶମିକ ୮୪୨ ଏକର ଜମି ପ୍ରଦାନ କରିବେ ସରକାର । ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ । ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ । ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଂଜୁର କରାଯାଇଛି ।