Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦେଶକ

odisha-vigilance-e1671594605829

ଗତ କିଛି ଦିନରେ ସରକାରୀ ବାବୁଙ୍କ ମାଳ ମାଳ ସମ୍ପତିକୁ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।ଏକକାଳୀନ ୫ଟି ସ୍ଥାନରେ ରେଡ ଚାଲିଛି ।ଧରଣୀଧରଙ୍କ ତାଳଚେର ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି।ଏହି ଚଢାଉରେ ୧୦ ଜଣ ଡିଏସପି, ୧୬ ଜଣ ଇନ୍ସପେକ୍ଟର, ୭ ଜଣ ଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।

Exit mobile version