
ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ସୁଭଦ୍ରା ଯୋଜନା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସୁଭଦ୍ରା ଯୋଜନା ର ଫର୍ମ ଉଭୟ ଅନଲାଇନ ଓ ଅଫଲାଇନ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ମଧ୍ୟ ଫର୍ମ ମିଳିବ।ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବା ଆବଶ୍ୟକ।

ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ।୭୪ ହଜାର ଅଙ୍ଗନବାଡି କେନ୍ଦ୍ରରେ ଏହି ସୁଭଦ୍ରା ଫର୍ମ ଉପଲବ୍ଧ ହେବ ।ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୂଚନା ଦେଇଛନ୍ତି।୧ କୋଟି ୮ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେବେ ।୫୦ ହଜାର ଦେବୁ କହିଥିଲୁ, ୫୦ ହଜାର ଦେଉଛୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢୋକ୍ତି ପ୍ରକାଶ କରିଛନ୍ତି।