୭୮ ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି।ଏଣିକି ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି।ସମଗ୍ର ରାଜ୍ୟରେ ହେବ ଏହି ନିୟମ ଲାଗୁ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ପ୍ରଥମ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ।
ଉପମୁଖ୍ୟମନ୍ତ୍ରୀ କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି।ସୂଚନାଅନୁସାରେ, ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ଛୁଟି ଦେଉଛନ୍ତି। ଖୁବଶୀଘ୍ର ରାଜ୍ୟ ସରକାର ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯାଉଛନ୍ତି।ଏପରି ସୁନ୍ଦର ଓ ଅଭିନବ ପଦକ୍ଷେପ ପାଇଁ ରାଜ୍ୟବାସୀ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।