
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ।ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଚଢିବ ।। ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ଦଫା ଟଙ୍କା ମିଳିବ । ଯେଉଁମାନେ ବାଦ୍ ପଡ଼ିଛନ୍ତି ସେମାନଙ୍କ ପାଇଁ ନୂଆ ଗାଇଡଲାଇନ ଆସିବ ।
ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଆଜି ଅପରାହ୍ନରେ ବୈଠକ ବସି ଏନେଇ ରୂପରେଖ ପ୍ରସ୍ତୁତ ହେବା ପରେ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ତେବେ ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ । ଏଥିରେ ବର୍ଷକୁ ମୋଟ ଦୁଇଟି କିସ୍ତିରେ ୧୦,୦୦୦ ଲେଖାଏଁ ଟଙ୍କା ରାଜ୍ୟର ଯୋଗ୍ୟ ମହିଳାଙ୍କୁ ମିଳିବ । ଆସନ୍ତା ୫ ବର୍ଷରେ ଖାତାକୁ ଚଢିବ ୫୦ ହଜାର ।