ଦିଲ୍ଲୀ : ଥରି ଉଠିଛି ଦିଲ୍ଲୀ-ଏନସିଆର l ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଛି ଭୁକମ୍ପ l ଦିଲ୍ଲୀ-ଏନସିଆର ସମତେ ଉତ୍ତର ଭାରତର କେତେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ୪.୬ ରହିଛି ।
ନ୍ୟାସନାଲ ସେଣ୍ଟର ଅଫ ସେସ୍ମୋଲୋଜି ମୁତାବକ, ଭୂମିକମ୍ପ ଆଜି ଅର୍ଥାତ ମଙ୍ଗଳବାର ୩ ଅକ୍ଟୋବର ୨୦୨୩ ଅପରାହ୍ନ ୨ଟା ୫୩ ମିନିଟରେ ହୋଇଥିବା ଜଣାପଡିଛି । ଭୁକମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣା ପଡିଛି । ଭୂମିକମ୍ପର ତୀବ୍ରତା ୪.୬ ରହିଛି l ସେହିପରି ନେପାଳରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ସ୍ଥଳ ୧୦ କିମି ଗଭୀରତା ବୋଲି ଜଣାପଡିଛି । ଉତ୍ତରାଖଣ୍ଡ ନେପାଳ ସୀମାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ, ଚଣ୍ଡିଗଡ଼, ଉତ୍ତରାଖଣ୍ଡ ଏବଂ ଗୁରୁଗ୍ରାମ ଭଳି ଅନେକ ସ୍ଥାନରେ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି ।
ଅଳ୍ପ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା ଏହି ଭୂମିକମ୍ପ l ଯାହା ଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ l ବର୍ତ୍ତମାନ ଯାଏଁ କୌଣସି କ୍ଷୟ କ୍ଷତି ଜଣା ପଡ଼ିନାହିଁ l ହେଲେ ଭୂମିକମ୍ପର ତୀବ୍ରତ ଅଧିକ ହୋଇଥିବାରୁ କିଛି କିଛି ସ୍ଥାନରେ କ୍ଷୟ କ୍ଷତି ହୋଇଥିବ ବୋଲି ଆଶଙ୍କା କରାଯାଉଛି l