ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ର ଅଷ୍ଟମ ସଂସ୍କରଣରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ଟିପ୍ ଦେଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଛାତ୍ରଛାତ୍ରୀମାନଙ୍କ ସହିତ ନିଜର ବ୍ୟକ୍ତିଗତ ଅଭିଜ୍ଞତାକୁ ଶେୟାର କରିଛନ୍ତି ଅଭିନେତ୍ରୀ । ଏଥିସହିତ ସେ ମାନସିକ ସ୍ୱାସ୍ଥ୍ୟ ଏବଂ ପରୀକ୍ଷା ସମୟର ଚାପକୁ କିପରି ପରିଚାଳନା କରିବେ ସେନେଇ ମଧ୍ୟ ପିଲାମାନଙ୍କୁ ଟିପ୍ସ ସେଇଛନ୍ତି ।
ଅଭିନେତ୍ରୀ ଦୀପିକା ପାଦୁକୋନକହିଛନ୍ତି ଯେ, “ମୁଁ ପିଲାବେଳେ ବହୁତ ଦୁଷ୍ଟ ଥିଲି। ପାଠ ପଢା ବ୍ୟତୀତ ଅନ୍ୟାନ୍ୟ କରିକୁଲାର ଆକ୍ଟିଭିଟି ପ୍ରତି ମୁଁ ଅଧିକ ଆଗ୍ରହୀ ଥିଲି। ତେବେ ପରୀକ୍ଷା ବେଳେ ଚାପ ଅନୁଭବ କରିବା ସ୍ୱାଭାବିକ କଥା । ଏହା ଜୀବନର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଆମେ ଏହାକୁ କିପରି ପରିଚାଳନା କରିବା ତାହା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଏବଂ ରେଜଲ୍ଟକୁ ନେଇ ଧର୍ଯ୍ୟ ରଖିବା ନିହାତି ଜରୁରୀ । ଯାହା ଆମ ନିୟନ୍ତ୍ରଣରେ ଅଛି ଆମକୁ କେବଳ ତାହା କରିବା ଉଚିତ୍ । ଆମେ ଭଲରେ ଶୋଇବା, ଠିକରେ ପାଣି ପିଇବା, ବ୍ୟାୟାମ କରିବା ଏବଂ ମେଡିଟେସନ ମଧ୍ୟ କରିବା।”
ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ ଦୀପିକା। ପରୀକ୍ଷା ସମୟରେ ମୁଁ ମଧ୍ୟ ବହୁତ ମାନସିକ ଚାପରେ ରହୁଥିଲି । ବିଶେଷକରି ଗଣିତ ମୋ ପାଇଁ କାଠିକର ପାଠ ଥିଲା। ମୁଁ ଏବେ ବି ସେହି ବିଷୟ ସବୁଠାରୁ କଷ୍ଟ ବୋଲି ଭାବେ । ତେବେ କମ୍ପିଟିସନ୍ ଖରାପ ନୁହେଁ, କିନ୍ତୁ ଆପଣ ଆପଣଙ୍କର ଶକ୍ତିକୁ ଚିହ୍ନିବା ସହ ଆପଣଙ୍କର ଦୁର୍ବଳତା ଉପରେ କାମ କରିବା ନିହାତି ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ଅଭିନେତ୍ରୀ ।