କେରଳର ଭୟଙ୍କର ଭୂସ୍ଖଳନ ସାରା ଦେଶର ଛାତି ଥରେଇ ଦେଇଛି ।ବର୍ତ୍ତମାନର ଖବର ଅନୁସାରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି ।ସେଥି ମଧ୍ୟରୁ ଓଡିଶାର ଚୌଦ୍ୱାର ଅଞ୍ଚଳର ଦୁଇ ଡାକ୍ତର ନିଖୋଜ ରହିଛନ୍ତି ।ନିଖୋଜ ଡାକ୍ତର ହେଉଛନ୍ତି କଟକ ଚୌଦ୍ୱାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା ।ଏହି ଭୂସ୍ଖଳନ ପରେ ସେମାନଙ୍କ ପତା ମିଳୁନଥିବା ସୂଚନା ମିଳିଛି ।ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନାହିଁ । ଅନେକ ମାଟିତଳେ ଦବି ରହିଥିବା ମଧ୍ୟ ସୂଚନା ମିଳିଛି ।ଏନଡିଆରଏଫ ଟିମ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ପରେ ସେନା ଏବଂ ପାରା ରେଜିମେଣ୍ଟର କର୍ମକଚାରୀ ମାନେ ଯୋଗ ଦେଇଥିଲେ ।ଅସ୍ଥାୟୀ ପୋଲ ତିଆରି କରି ବର୍ତ୍ତମାନ ସୁଦ୍ଧା ୧୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲାଣି ।
ସେପଟେ ବିପର୍ଯ୍ୟୟ ପରିସ୍ଥିତିରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଫୋନ ରେ କଥାବାର୍ତ୍ତା ହୋଇଛନ୍ତି ।ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।