Site icon UTKAL PRATIDIN

ବିନ୍ଦେଶ୍ୱର ପାଠକଙ୍କ ପରଲୋକ

102747140

ନୂଆଦିଲ୍ଲୀ: ସୁଲଭ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ହୃଦ୍‌ଘାତରେ ମୃତ୍ୟୁ ହେବା ନେଇ ଘୋଷଣା କରିଛନ୍ତି।

ବିନ୍ଦେଶ୍ୱର ପଠକଙ୍କ ମୃତ୍ୟୁ ଖବର ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ବିନ୍ଦେଶ୍ୱର ପାଠକ ୧୯୭୦ରେ ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠା କରିଥିଲେ। ଭାରତ ସହିତ ଏହା ବିଶ୍ୱର ଅନେକ ଦେଶରେ ସ୍ବଚ୍ଛତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସ୍ବଚ୍ଛତା ପାଇଁ ଅନେକ ପଦ୍ମ ପୁରସ୍କାର ସମେତ ବିନ୍ଦେଶ୍ୱର ପାଠକ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି।

ସାରା ଦେଶରେ ପ୍ରାୟ ୮୫୦୦ ଶୌଚାଳୟ ଏବଂ ସ୍ନାନଘର ଅଛି। ସୁଲଭ ଇଣ୍ଟରନ୍ୟାଶନାଲ ଶୌଚାଳୟ ବ୍ୟବହାର କରିବା ପାଇଁ ୫ ଟଙ୍କା ଏବଂ ଗାଧୋଇବା ପାଇଁ ୧୦ ଟଙ୍କା ଆଦାୟ କରାଯାଇଥାଏ। ଅନେକ ସ୍ଥାନରେ ମାଗଣା ସେବା ମଧ୍ୟ ଯୋଗାଇ ଦିଆଯାଇଥାଏ। ଅନେକ ସ୍ଥାନରେ ଶୌଚାଳୟ ଏବଂ ସ୍ନାନଘରକୁ ବିନା ମୂଲ୍ୟରେ ମଧ୍ୟ ରଖାଯାଇଛି। ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି।

Exit mobile version