ନୂଆଦିଲ୍ଲୀ : ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଘଟିଛି ଭୟଙ୍କର ଭୂସ୍ଖଳନ । ଏକ ସୁନା ଖଣିରେ ମାଟି ଅତଡ଼ା ଭୁଶୁଡ଼ିବା ଯୋଗୁଁ ପ୍ରାୟ ୨୩ଜଣଙ୍କ ମୃତ୍ୟୁ ହୋଇଛି । ଓପନ କାଷ୍ଟ ମାଇନ୍ସ ଭିତରରେ ଅନେକ ଲୋକ ଫସିରହିଥିବା ସୂଚନା ମିଳିଛି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି l ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।
ଖବର ଏଜେନ୍ସି ଅଲଜଜିରା ରିପୋର୍ଟ ମୁତାବକ, ଭେନେଜୁଏଲାର ବୋଲିଭାର୍ ରାଜ୍ୟରେ ଥିବା ଏକ ସୁନା ଖଣିରେ ମଙ୍ଗଳବାର ବଡ଼ ଭୂସ୍ଖଳନ ହୋଇଛି । ବୁଲ୍ଲା ଲୋକା ଜଙ୍ଗଲ ଭିତରେ ଥିବା ଏହି ମାଇନ୍ସରେ ବେଆଇନ ଭାବେ ସୁନା ଉତ୍ତୋଳନ ହେଉଥିବା ସମୟରେ ମାଟି ଆତଡ଼ା ଖସିଥିଲା । ଭୂସ୍ଖଳନ ବେଳେ ଏଥିରେ ପ୍ରାୟ ୧୨ ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ । ଅଲଜଜିରା ଖବର ଅନୁଯାୟୀ, ପ୍ରାୟ ୨୩ଜଣଙ୍କ ମୃତଦେହ ରେସକ୍ୟୁ ଟିମ୍ ଉଦ୍ଧାର କରିଛି । ତେବେ ଫଶିଥିବା ଲୋକଙ୍କୁ ଖଣି ଭିତରରୁ ଉଦ୍ଧାର କରାଯାଉଛି ।