Site icon UTKAL PRATIDIN

ଏହି ସମୁଦ୍ରରେ ବୁଡନ୍ତିନି ମଣିଷ, ଓଲଟା ଭାସନ୍ତି

dead-sea

ଭୁବନେଶ୍ଵର: ଜଣେ ଭଲ ସନ୍ତରଣକାରୀ ସମୁଦ୍ରର ପ୍ରକୃତ ମଜା ନେଇପାରିଥାଏ। ଯଦି ଆପଣଙ୍କୁ ସନ୍ତରଣ କରିବା ଆସେନି ତେବେ ସମୁଦ୍ରରେ ମଜା ନେବାର କେବେ ଭାବି ମଧ୍ୟ ପାରିବେନି। କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ସମୁଦ୍ର ବିଷୟରେ କହିବାକୁ ଯାଉଛୁ, ଯେଉଁଠି ସନ୍ତରଣ ଜାଣିନଥିବା ଲୋକ ମଧ୍ୟ ମଜା ନେଇପାରିବ। ସବୁଠାରୁ ଖାସ୍ କଥା ହେଲା ଏହି ସମୁଦ୍ରରେ ଆପଣ କେବେ ବି ବୁଡିଯିବେ ନାହିଁ।

ହଁ, ଏହି ସମୁଦ୍ର ଜୋର୍ଡାନ ଓ ଇସ୍ରାଏଲ ଭିତରେ ରହିଛି, ତାକୁ ‘ଡେଡ୍ ସି’ ବୋଲି କୁହାଯାଏ। ଏହି ସମୁଦ୍ର ଦୁନିଆର ସବୁଠାରୁ ଗଭୀର ଲୁଣିଆ ପାଣିର ହ୍ରଦ ଭାବରେ ପ୍ରସିଦ୍ଧ ରହିଛି। ଏଭଳି କୁହାଯାଏ ଯେ, ଏହି ସମୁଦ୍ରରେ ଲହଡି ତ ବହୁତ ଆସିଥାଏ, କିନ୍ତୁ ଲୁଣର ଚାପ କାରଣରୁ କେହି ଏଥିରେ ବୁଡି ନଥାନ୍ତି। ଏହି କାରଣରୁ ସେଠାରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ।

ଡେଡ୍ ସି ସମୁଦ୍ର ତଳଠାରୁ ପ୍ରାୟ ୧୩୮୮ ଫୁଟ୍ ତଳେ ପୃଥିବୀର ସବୁଠାରୁ ନିମ୍ନ ବିନ୍ଦୁରେ ରହିଛି। ଏହି  ସମୁଦ୍ର ପ୍ରାୟ ୩ ଲକ୍ଷ ବର୍ଷ ପୁରୁଣା। ସମୁଦ୍ରର ଘନତା ଏତେ ଅଧିକ ଯେ, ଏଥିରେ ପାଣିର ଧାରା ତଳୁ ଉପର ଆଡକୁ ରହିଛି ଓ ଏହି କାରଣ ଯେ,ଏହି ସମୁଦ୍ରରେ ସିଧା ଶୋଇ ପଡିଲେ ଆପଣ ବୁଡି ଯିବେ ନାହିଁ।

ଏହି ସମୁଦ୍ରର ନାଁ ଡେଡ୍ ସି ପଛରେ ରହିଛି ସବୁଠାରୁ ବଡ କାରଣ, ତାହା ହେଲା ଏହାର ପାଣି ଖୁବ୍ ଲୁଣିଆ। ସମୁଦ୍ରର ପାଣି ଅତ୍ୟାଧିକ ଲୁଣିଆ ହୋଇଥିବାରୁ କୌଣସି ଜୀବ ଜୀବିତ ରହିନଥାନ୍ତି।  ଏଠାରେ ଗଛ-ପତ୍ର କିମ୍ବା ଘାସ ମଧ୍ୟ ନଥାଏ। ଏହି ସମୁଦ୍ରରେ ମାଛ ଓ ଅନ୍ୟ ଜୀବ ନଥାନ୍ତି। ଏହାର ପାଣିରେ ବ୍ରୋମାଇଡ, ଜିଙ୍କ, ସଲଫର, ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ ଭଳି ମିନେରାଲ ସଲ୍ଟ ମଧ୍ୟ ଖୁବ୍ ଅଧିକ ମାତ୍ରାରେ ରହିଛି। ଏହି କାରଣରୁ ସେଥିରୁ ବାହାରୁଥିବା ଲୁଣକୁ କେହି ବ୍ୟବହାର କରିନଥାନ୍ତି।

Exit mobile version