Site icon UTKAL PRATIDIN

ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନ ପାଇଁ ଆଜି ଘୋଷଣା ହେବ ତାରିଖ

voter-id

ରାଜନୀତିକୁ ବେଶ ସରଗରମ କରିଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଆଜି ୨ ରାଜ୍ୟରେ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ। ଭାରତୀୟ ନିର୍ବାଚନ କମିଶନର ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ।

ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପ୍ରେସ୍‌ କନ୍‌ଫରେନ୍ସ ହେବ। ଏନେଇ ଇସିଆଇ ଖୋଦ୍‌ ଏକ ଚିଠି ଜାରି କରି କହିଛନ୍ତି। ତେବେ ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ।

Exit mobile version