ସେପ୍ଟେମ୍ବର ୩ତାରିଖରେ ୯ଟି ରାଜ୍ୟର ୧୨ଟି ଆସନ ପାଇଁ ରାଜ୍ୟସଭା ଉପନିର୍ବାଚନହେବ ।ମୁଖ୍ୟ ନିର୍ବାଚନ ଆୟୋଗ ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି ।ସାଂସଦ ପଦରୁ ମମତା ମହନ୍ତ ଇସ୍ତଫା ଦେବା ପରେ ଓଡିଶାରୁ ଗୋଟିଏ ଆସନ ଖାଲି ପଡିଛି ଯାହା ପାଇଁ ନିର୍ବାଚନ ହେବ ।
ବିଜ୍ଞପ୍ତି ଅଗଷ୍ଟ ୧୪ରେ ଜାରି ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ଅଗଷ୍ଟ ୨୧ ।ଏହାପରେ ସେପ୍ଟେମ୍ବର ୩ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ପଡିବ ।ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ କାର୍ଯ୍ୟ ଚାଲିବ ।ପରବର୍ତ୍ତୀ ପର୍ଯ୍ୟାୟରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ।
ଆସାମର ୨ଟି, ବିହାରର ୨ଟି, ମହାରାଷ୍ଟ୍ରର ୨ଟି, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଓଡ଼ିଶା ଓ ତେଲଙ୍ଗାନାର ଗୋଟିଏ ଲେଖାଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ହେବ। ମମତା ମହନ୍ତଙ୍କ ଇସ୍ତଫା ପରେ ଓଡିଶାରୁ ରାଜ୍ୟସଭା ପାଇଁ କିଏ ପ୍ରାର୍ଥୀ ହେବ ସେ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି ।