
ଭିଜିଲାନ୍ସ ଜାଲରେ ପଡୁଛନ୍ତି ମାଳ ମାଳ ସରକାରୀ ଅଫିସର । ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କଟକ ଏସ୍ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର।ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା।
ମାଗଣା ମେଡିସିନ ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।ସ୍ମୃତିରଞ୍ଜନ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଡିଇଓ ଭାବରେ କାର୍ଯ୍ୟ କରୁଥିଲେ। ନିର୍ଦ୍ଦିଷ୍ଟ ଔଷଧ ପ୍ରଦାନ ପାଇଁ ହେପାଟାଇଟିସ ସି ପାଇଁ ଏସ୍ସିବିରେ ଚିକିତ୍ସିତ ହେଉଥିବା ଜଣେ ଗରିବ ରୋଗୀଙ୍କ ପୁଅଙ୍କଠାରୁ ୨୦୦୦ ଟଙ୍କା ଲାଞ୍ଚ ନେଉଥିଲେ।
ଏହି ଔଷଧଗୁଡିକ ସରକାର ବିନା ମୂଲ୍ୟରେ ବଣ୍ଟନ କରନ୍ତି। କିନ୍ତୁ ସାହୁ ଲାଞ୍ଚ ମାଗିଥିଲେ ଏବଂ ଯଦି ତାଙ୍କର ଦାବି ପୂରଣ ନ ହୁଏ ତେବେ ତାହା ପ୍ରଦାନ କରିବାକୁ ମନା ବି କରିଦେଇଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ସେ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।ଘଟଣାର ତଦନ୍ତ ମଧ୍ୟ ଚାଲିଛି ।