Site icon UTKAL PRATIDIN

ଦଙ୍ଗଲ ଚଳଚ୍ଚିତ୍ରର ଫେମ୍ ଅଭିନେତ୍ରୀ ସୁହାନୀଙ୍କ ଦେହାନ୍ତ

dangal-fame-actress-suhani-bhatnagar-died_2024021178558

ମୁମ୍ବାଇ : ବଲିଉଡ଼ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦଙ୍ଗଲ ଚଳଚ୍ଚିତ୍ରର ଫେମ୍ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ଦେହାନ୍ତ ହୋଇଛି । ଆମୀର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ‌ବବିତା ଫୋଗଟ୍‌ଙ୍କ ‌ପିଲା ବେଳ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗର। ଅଭିନେତ୍ରୀ ବହୁତ ଛୋଟ ଥିଲେ ଏବଂ ତାଙ୍କ ଦେହାନ୍ତ ହେତୁ ତାଙ୍କ ପିତାମାତାଙ୍କୁ ଗଭୀର ଭା‌ବେ ଆଘାତ ଲାଗିିଛି। ‘ଦଙ୍ଗଲ’ରେ ଆମୀରଙ୍କ ସାନ ଝିଅ ବବିତାଙ୍କ ଭୂମିକା ନିଭାଇଥିଲେ ସୁହାନୀ।

କିଛି ସମୟ ପୂର୍ବରୁ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ସେଥିପାଇଁ ସେ ସମୟ‌ରେ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଔଷଧଗୁଡ଼ିକ ତାଙ୍କ ଉପରେ ପାଶ୍ବ ପ୍ରତିକ୍ରିୟା ଦେଖାଇଥିଲା। ଯାହାଫଳରେ ଧୀରେ ଧୀରେ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାରେ ଲାଗିଲା। ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି। ଆଜି ସୁହାନୀଙ୍କର ଶେଷ ରୀତି ଫରିଦାବାଦର ସେକ୍ଟର -୧୫ ର ଅଜୌରନ୍ଦା ଶ୍ମଶାନରେ କରାଯିବ।

ସୁହାନୀ ଭଟନଗର ବଲିଉଡର ଜଣେ ପ୍ରସିଦ୍ଧ ଶିଶୁ କଳାକାର ଥିଲେ। ‘ଦଙ୍ଗଲ’ ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ସେ ଅନେକ ଟେଲିଭିଜନ ବିଜ୍ଞାପନରେ ମଧ୍ୟ କାମ କରିଥିଲେ। ‘ଦଙ୍ଗଲ’ ପରେ ସୁହାନୀ ଅନେକ ଚଳଚ୍ଚିତ୍ର ପାଇଁ ଅଫର ପାଇଥିଲେ, କିନ୍ତୁ ସେ ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ଅଧ୍ୟୟନରେ ଧ୍ୟାନ ଦେବାକୁ ଚାହୁଁଥିଲେ। ଅନେକ ସାକ୍ଷାତକାରରେ ସୁହାନୀ କହିଥିଲେ ଯେ ଅଧ୍ୟୟନ ଶେଷ କରିବା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯୋଜନା କରିଛନ୍ତି।

Exit mobile version