Site icon UTKAL PRATIDIN

ଦାମୋଦର ରାଉତ ଅସୁସ୍ଥ

1

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ରବିବାର ରାତରୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଚିକିତ୍ସାଧିନ ଅଛନ୍ତି। ଡାକ୍ତରଖାନାରେ ଡାକ୍ତର ରାଉତଙ୍କର ଡାଏଲିସିସ୍ ଚାଲିଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

୧୯୪୨ ମସିହା ଜୁଲାଇ ୨ରେ ଜଗତସିଂପୁରରେ ଜନ୍ମ ଲାଭ କରିଥିବା ଡାକ୍ତର ଦାମୋଦର ରାଉତ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବରେ ୭ଥର ନିର୍ବାଚିତ ହୋଇଛନ୍ତି। ୧୯୫୭ରୁ ତାଙ୍କ ବିଜୟ ଯାତ୍ରା ଆରମ୍ଭ ହୋଇଥିଲା।

ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଏବଂ ୧୫ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Exit mobile version