Site icon UTKAL PRATIDIN

ଜାତୀୟ ପୁରସ୍କାର ଜିତିଲା ଓଡ଼ିଆ ଚଳଚିତ୍ର ଦମନ

DAMAN

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ ଆଜି ଘୋଷଣା ହୋଇଛି ।ରିଷବ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ହୋଇଥିବା ବେଳେ ନିତ୍ୟା ମେନନ୍ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି। ସେହିପରି ଶର୍ମିଲା ଟାଗୋରଙ୍କ ଅଭିନୀତ ‘ଗୁଲମୋହର’କୁ ଶ୍ରେଷ୍ଠ ହିନ୍ଦୀ ସିନେମା ପୁରସ୍କାର ମିଳିଛି।

ଓଡ଼ିଆ ଚଳଚିତ୍ର ପ୍ରତି ଦର୍ଶକଙ୍କ ଆଗ୍ରହ କମି ଆସୁଥିଲା ବେଳେ ଏବେ ଓଡ଼ିଆ ଚଳଚିତ୍ର ଦେଖିବା ପାଇଁ ଦର୍ଶକଙ୍କର ବେଶ ଆଗ୍ରହ ଦେଖିବାକୁ ମିଳୁଛି ।ଏହି ସିନେମା ହିନ୍ଦୀରେ ଜାତୀୟ ସ୍ତରରେ ମଧ୍ୟ ରିଲିଜ ହୋଇଥିଲା।ଚଳଚ୍ଚିତ୍ର ଦମନ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ପର୍ଯ୍ୟବେଷିତ ହୋଇଥିବାରୁ ଏହା ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଥିଲା ।

Exit mobile version