Site icon UTKAL PRATIDIN

ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା

9c2e64f1728ccc938ddc671758389b19

ଐତିହାସିକ କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ବାଲିଯାତ୍ରାର ଶେଷ ଦିନ ଥିଲା।

ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଆଜି ଶେଷ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସାଧାରଣ ଲୋକଙ୍କ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଅବଧିକୁ ଆଉ ଗୋଟିଏ ଦିନ ବଢ଼ାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀ ଆଦି ଯୋଗୁ ଫିକା ପଡ଼ିଥିବା କଟକ ବାଲିଯାତ୍ରା ଦେଖିବାକୁ ଚଳିତବର୍ଷ ଲୋକଙ୍କ ବିପୁଳ ସମାଗମ ହୋଇଛି। ବାଲିଯାତ୍ରାର ବିଭିନ୍ନ ଷ୍ଟଲ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି।

Exit mobile version