ନୂଆଦିଲ୍ଲୀ: ହାଣ୍ଡିଶାଳକୁ ବଡ଼ ଝଟ୍କା । ବଢିଲା ରନ୍ଧନ ଗ୍ୟାସ୍ ଦର । ଦେଶରେ LPG ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ସରକାର ୧୪ .୨ କିଲୋଗ୍ରାମ ବିଶିଷ୍ଟ ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଯାହାଫଳରେ LPG ସିଲିଣ୍ଡର ଦାମ୍ ୮୦୩ରୁ ବୃଦ୍ଧି ପାଇ ୮୫୩ ଟଙ୍କା ହୋଇଛି । ସେହିପରି ଉଜ୍ଜ୍ୱଳା ଯୋଜନା ଅଧିନରେ ମିଳିଥିବା LPG ସିଲିଣ୍ଡର ଦାମ୍ ୫୦୩ରୁ ବୃଦ୍ଧି ପାଇ ୫୩୩ ଟଙ୍କା ହୋଇଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
ଗଣମାଧ୍ୟମକୁ ସମ୍ୱୋଧିତ କରି ଏନେଇ ସୂଚନା ଦେଇଛନ୍ତି ହରଦୀପ ସିଂ ପୁରୀ । ସେ କହିଛନ୍ତି, ଅନ୍ତର୍ଜାତୀୟ ବଜାରକୁ ନଜରରେ ରଖି ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି । ଆଗାମୀ ଦିନରେ ଆମେ ଏହାର ସମୀକ୍ଷା କରିବୁ ।
ଗତ କିଛି ମାସ ତଳେ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ବର୍ଷ ଅଗଷ୍ଟରେ ଶେଷଥର ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଘଟିଥିଲା । ଏହାପରଠୁ ରୋଷେଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା ।