Site icon UTKAL PRATIDIN

ରେଳ ଧାରଣାକୁ ମାଡ଼ିଗଲା କଣ୍ଟେନର

IMG_20230927_173404

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ବାମ୍ପଦା ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢିଯାଇଛି ଏକ କାର୍ ବୋଝେଇ କଣ୍ଟେନର । କଣ୍ଟେନରଟି ଟ୍ରାକ୍‌କୁ ଚଢିଯିବାରୁ ପ୍ରାୟ ଦୁଇ ଘଣ୍ଟା ଉର୍ଦ୍ଧ ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ଆଜି କର୍ଣ୍ଣାଟକ ନମ୍ବର ଥିବା ଏକ କାର ବୋଝେଇ କଣ୍ଟେନର ବାଲେଶ୍ୱରର ବାମ୍ପଦା ଛକ ସ୍ଥିତ ୯୯ ନମ୍ବର ରେଳ ଫାଟକକୁ ଭାଙ୍ଗି ଟ୍ରେନ୍‌ ଟ୍ରାକ୍‌ ଭିତରକୁ ପଶିଯାଇଥିଲା l ଡ୍ରାଇଭରଟି ନିଶାସକ୍ତ ଅବସ୍ଥାରେ କଣ୍ଟେନର ଚଳାଉଥିବା ଜଣାପଡିଛି । ପୁଲିସ ତାକୁ ଅଟକ ରଖିଛି । ଏନେଇ ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା l ଏହାପରେ ଘଟଣା ସ୍ଥଳରେ ବାଲେଶ୍ୱର ଷ୍ଟେସନ ମାଷ୍ଟର, ଇଞ୍ଜିନିୟର ଏବଂ କର୍ମଚାରୀ ପହଞ୍ଚି ଟ୍ରାକ୍‌ରୁ କଣ୍ଟେନରକୁ ହଟାଇ ଲାଇନ ମରାମତି ପାଇଁ ବ୍ୟବସ୍ଥା କରିଥିଲେ l

Exit mobile version