
ପ୍ରତିଦିନ ସୁନା ମୂଲ୍ୟରେ ବଡ଼ ପରିବର୍ତ୍ତନ ହୋଇଥାଏ । କେବେ ଦାମ କମିଥାଏ ତ ପୁଣି କେବେ ବଢିଥାଏ । ଭାରତୀୟ ବଜାରରେ ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ୦୦୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୦୦୦ ଟଙ୍କା ରହିଛି । ତେବେ ସୁନା ଦର ଗ୍ରାହକଙ୍କ ଚିନ୍ତା ବଢାଇଛି ।
ବାଇଟ-
ବର୍ତ୍ତମାନ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪, ୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦,୬୯୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୪,୮୦୦ ଟଙ୍କା ଓ ୭୦, ୬୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୪, ୯୫୦ ଟଙ୍କା ଓ ୭୦, ୮୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୪,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୦, ୪୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪, ୮୦୦ ଟଙ୍କା ଓ ୭୦, ୬୯୦ ଟଙ୍କା ରହିଛି । ଅନ୍ୟପଟେ ରୂପା ଦର କେଜି ପ୍ରତି ୮୭, ୨୦୦ ଟଙ୍କା ହୋଇଛି ।