Site icon UTKAL PRATIDIN

ଆଳୁକୁ ନେଇ ନାକେଦମ ଖାଉଟି,ହାଣ୍ଡିଶାଳରେ ଆଳୁ ଶୂନ୍ୟ

potato

ସୁନା ଦର ଖସିଲା ହେଲେ ଆଳୁ ଦର ବଢ଼ିଲା । ଦୀର୍ଘ ଦିନ ହେବ ରାଜ୍ୟରେ ଆଳୁ ସମସ୍ୟା ଲାଗି ରହିଛି ।ଆଳୁ ଦର ଉପରମୁହାଁ ହୋଇଥିବାରୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ଯେଉଁଠି ବସ୍ତା ବସ୍ତା ଆଳୁ ଗଦା ହୋଇଥିଲା ସେଠି ଗୋଦାମ ଏବେ ପୁରା ଫାଙ୍କା ପଡିଛି ।ଏବେ ବଜାରରେ ଆଳୁ ଦର ୫୦ରୁ ୬୦ ଟଙ୍କା ରହିଛି । ବଜାରରେ ଆଳୁ ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଦୋକାନୀ ମାନେ ମନ ଇଚ୍ଛା ଚଢା ଦରରେ ବିକ୍ରି କରୁଛନ୍ତି । ବଜାରରେ ୨ପ୍ରକାରର ଆଳୁ ଦେଖିବାକୁ ମିଳିଛି ।ଛୋଟ ଆଳୁ ୫୦ଟଙ୍କାରେ ବିକ୍ରି କରୁଥିଲାବେଳେ ବଡ ଆଳୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି । ପଶ୍ଚିମବଙ୍ଗରୁ ଆଳୁ ଆସିବନି କହି ସରକାର ସ୍ପଷ୍ଟୀକରଣ ଦେଇଥିଲେ । ଆଉ କହିଥିଲେ ଏବେ ସିଧା ଉତ୍ତରପ୍ରଦେଶ ରୁ ଆସିବା ଆଳୁ । ହେଲେ ସେହିଦିନ ଠାରୁ ଆବଶ୍ୟକ ମୁତାବକ ଆଳୁ ଯୋଗାଇବାରେ ଅସଫଳ ରାଜ୍ୟ ସରକାର । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ସାଧାରଣ ଖାଉଟି । ଏନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖାଉଟି ।

Exit mobile version