Site icon UTKAL PRATIDIN

ପୁଣି ଟ୍ରେନ ଟ୍ରାକ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର,ଆର୍ମି ଟ୍ରେନ ଟ୍ରାକରେ ମିଳିଲା ଗ୍ୟାସ ସିଲିଣ୍ଡର

7b1fc633c0c81a085bc00f8a0d7cabbe5784e0dcb692c915dea6ebcf578a14d3

ଦିନକୁ ଦିନ ଟ୍ରେନ ଦୁର୍ଘଟଣା ବଢ଼ିବାରେ ଲାଗିଛି ।ଏଥର ଟ୍ରେନ ଟ୍ରାକରେ ଗ୍ୟାସ ସିଲିଣ୍ଡର ।ଉତ୍ତରାଖଣ୍ଡ ରୁଡକୀରେ ଟ୍ରେନ ଟ୍ରାକରେ ଗ୍ୟାସ ସିଲିଣ୍ଡର ମିଳିଥିଲା ।ଯେଉଁ ଟ୍ରାକରେ ଗ୍ୟାସ ସିଲିଣ୍ଡର ଥିଲା, ସେହି ଟ୍ରାକରେ ସେନାର ଜିନିଷ ନେଇ ଯାଇଥାନ୍ତା ଗାଡି ।ଲୋକୋ ପାଇଲଟଙ୍କ ସତର୍କତା ଯୋଗୁଁ ଏକ ବଡ ଦୁର୍ଘଟଣାକୁ ରୋକି ହୋଇପାରିଛି ।

ଗତକିଛି ଦିନ ହେଲାଣି ଦୁଇଟି ଯାକ ରାଜ୍ୟରେ ଟ୍ରେନ ଦୁର୍ଘଟଣା ଘଟାଇବା ପାଇଁ ଷଡଯନ୍ତ୍ର କରାଯାଉଛି । ରାୟବରେଲି ଜିଲ୍ଲାର ରଘୁରାଜ ସିଂହ ରେଲୱେ ଷ୍ଟେସନ ନିକଟ ଟ୍ରାକ୍‌ରେ ମାଟି ଗଦା ହୋଇଥିଲା । ରାୟବରେଲି ରଘୁରାଜପୁର ଶଟଲ ଟ୍ରେନ ଲୋକ ପାଇଲଟ ଏହା ଦେଖି ଏମରଜେନ୍ସି ବ୍ରେକ ମାରିଥିଲେ । ଫଳରେ ଟ୍ରେନଟି ଅଟକି ଯାଇଥିଲା ।

Exit mobile version