Site icon UTKAL PRATIDIN

ମାନିଲେନି ବାଚସ୍ପତିଙ୍କ କଥା, ବିଧାନସଭାରେ ହୁଇସିଲ ମାରି ପ୍ରତିବାଦ କଲା କଂଗ୍ରେସ

1500x900_1074111-odishaassemblyphotograph

ଭୁବନେଶ୍ୱର: ବିଧାନସଭା ଭିତରେ ବାଜିଲା ହୁଇସିଲ୍। ବାଚସ୍ପତିଙ୍କ ବାରଣ ସତ୍ତ୍ୱେ ମାନିଲେନି ବିରୋଧୀ ବିଧାୟକ। ନିରନ୍ତର ନାରାବାଜି ଶାହ ଗୃହ ଭିତରେ ବଜେଇଲେ ହୁଇସିଲ୍। ଏବେ ବିଧାନସଭାରେ ବଜେଟ୍ ଅଧିବେଶନ ଚାଲି ଥିବା ବେଳେ ଆଜି ଗୃହ ଆରମ୍ଭରୁ କିଛି ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିବା । କଂଗ୍ରେସ ବିଧାୟକଙ୍କ ହୁଇସିଲ୍ ପ୍ରତିବାଦ ପରେ ୧୨ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଆଜି ପ୍ରଥମେ ଦିବଂଗତ ନେତା ସ୍ୱର୍ଗତ ଦେବରାଜ ସେଠ୍ ଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ବାଚସ୍ପତି ମନ୍ତ୍ରୀ ଡାକ୍ତର ମୁକେଶ ମହାରିଙ୍ଗଙ୍କୁ ଉତ୍ତର ରଖିବାକୁ କହିଥିଲେ । ମନ୍ତ୍ରୀ ଉତ୍ତର ରଖୁଥିବାବେଳେ କଂଗ୍ରେସ ସଦସ୍ୟମାନେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗଙ୍କୁ ଦୋହରାଇ ହଟ୍ଟଗୋଳ ଆରମ୍ଭ କରିଥିଲେ । ବିରୋଧୀ ସଦସ୍ୟମାନେ ହଠାତ୍ ଗୃହରୁ ମଧ୍ୟ ଭାଗକୁ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟରେ ଆସି ହୁଇସିଲ୍ ମାରିବା ଆରମ୍ଭ କରିଥିଲେ ।

ବାଚସ୍ପତି ସମସ୍ତ ସଦସ୍ୟଙ୍କୁ ନିଜ ନିଜ ଆସନରେ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ କୌଣସି ସଦସ୍ୟ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ନ ମାନି ହୋହାଲ୍ଲା କରିଥିଲେ । ଫଳରେ ମନ୍ତ୍ରୀଙ୍କ ଉତ୍ତର ଶୁଭିବା କଷ୍ଟକର ହୋଇପଡ଼ିଥିଲା । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହ କାର୍ଯ୍ୟକୁ ୧୨ଟା ଯାଏଁ ସ୍ଥଗିତ ରଖିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକମାନେ ଗୃହ ବାହାରକୁ ଆସି ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ହୁଇସିଲ ମାରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । 

Exit mobile version