Site icon UTKAL PRATIDIN

ବିଜେପି ଭୁଲ କରୁଛି କଂଗ୍ରେସ ; ପୁଣି ବୁଡିବ

8

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ଉପରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଲଗାତର ଆକ୍ରମଣ କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି କରିବା କୁହାଯାଉଥିଲା। ଯେଉଁଥିପାଇଁ ଦଳ ବିଜେପିକୁ ପରାଜିତ କରି ଏକ ବଡ଼ ବିଜୟ ପାଇଲା ବୋଲି ମତ ପ୍ରକାଶ ପାଉଛି। ଏହି ନିର୍ବାଚନ ରଣନୀତିରେ ୪୦ ପ୍ରତିଶତ କମିଶନ ଓ ପେସିଏମ ଅଭିଯାନ ବେଶ ପ୍ରଭାବୀ ହୋଇଥିବା କୁହାଯାଏ। ଯାହାକି ବିଜେପିକୁ ମହଙ୍ଗା ପଡିଲା ବୋଲି ଆଲୋଚନା ହୁଏ। ଏବେ ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକରେ କଂଗ୍ରେସ ସରକାର ବିରୋଧରେ ସେମିତି ଦୁର୍ନୀତି ଅଭିଯୋଗକୁ ନେଇ ମାହୋଲ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ଏହି କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହେଉଥିବା ବେଳେ ଦଳ ଏହାକୁ ଖଣ୍ଡନ କରିଛି।

ବିଧାନସଭା ନିର୍ବାଚନ ପୂର୍ବରୁ ଯେଭଳି କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ପେ ସିଏମ କ୍ରାଏ ପିଏମ ପୋଷ୍ଟରକୁ ନେଇ ବ୍ୟାପକ ଚର୍ଚା ହୋଇଥିଲା ଏବେ ସେମିତି ପେ ସିଏସ ପୋଷ୍ଟର ଦେଖିବାକୁ ମିଳୁଛି। ପେସିଏସ ଲେଖାଥିବା ପୋଷ୍ଟର କ୍ୟୁ ଆର କୋଡ଼ ସହ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଶୋଭା ପାଉଛି। ମାଣ୍ଡ୍ୟା ଅଞ୍ଚଳର ନେତା ତଥା କୃଷି ମନ୍ତ୍ରୀ ଏନ ଚାଲୁଭରାୟସ୍ୱାମୀଙ୍କୁ ଟାର୍ଗେଟ କରି ଏଭଳି ପୋଷ୍ଟର ଲଗାଯାଇଛି। କର୍ଣ୍ଣାଟକ ପୋଲିସ ଏସବୁ ପୋଷ୍ଟର ଚିରିବା ସହ କିଛି ବିଜେପି କାର୍ଯ୍ୟକାର୍ତ୍ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

କର୍ଣ୍ଣାଟକ କଂଗ୍ରେସ ପାଇଁ ସ୍ୱାମୀଙ୍କୁ କ୍ୟୁଆର କୋଡ଼ ଜରିଆରେ ସ୍କାନ କରି ଟଙ୍କା ଦେବାକୁ କୁହାଯାଇଛି। ସେପଟେ କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ଆର ଅଶୋକା ଏଭଳି ସମୟରେ କଂଗ୍ରେସ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସରକାର ଫଣ୍ଡ ସଂଗ୍ରହ ପାଇଁ ଲାଗି ପଡିଥିବା ସେ ଅଭିଯୋଗ କରିଛନ୍ତି। ଏପରିକି କର୍ଣ୍ଣାଟକକୁ କଂଗ୍ରେସ ଏଟିଏମ ଆକାରରେ ବ୍ୟବହାର କରିବ ବୋଲି ନିର୍ବାଚନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯେଉଁ ଅନୁମାନ କରିଥିଲେ ତାହା ସତ ସାବ୍ୟସ୍ତ ହୋଇଥିବା ଅଶୋକା କହିଛନ୍ତି।

ଠିକାଦାର ମାନଙ୍କ ଠାରୁ ୪୦ ପ୍ରତିଶତ କମିଶନ ଆଦାୟ ପ୍ରସଙ୍ଗ ନେଇ କଂଗ୍ରେସ କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସାଵରାଜ ବୋମ୍ମାଇଙ୍କୁ ଟାର୍ଗେଟ କରି ପେସିଏମ ଅଭିଯାନ ବ୍ୟାପକ କରିଥିଲା। ଏବେ ଠିକାଦାର ମାନେ ୧୫ ପ୍ରତିଶତ କମିଶନ ଆଦାୟ ସମ୍ପର୍କରେ ଅଭିଯୋଗ ହେଉଥିବା ଅଶୋକା କହିଛନ୍ତି। ତେଣୁ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଅର୍ଥ ଆଦାୟର ମୂଳଦୁଆ ପକାଉଥିବା ଅଭିଯୋଗ ହୋଇଛି।

Exit mobile version