Site icon UTKAL PRATIDIN

ଇଭିଏମ ବଦଳରେ ବାଲାଟ ପେପର କଂଗେସର ଦାବି

WhatsApp Image 2023-09-23 at 4.00.33 PM

କଂଗ୍ରେସ ଏମପି ମନୀଷ ତିୱାରୀ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଇଭିଏମ ବଦଳରେ ବାଲାଟ ପେପର ବ୍ୟବହାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ଇଭିଏମ ବ୍ୟବହାର ବିରୋଧରେ ସେ ନିଜର ମତ ରଖି କହିଛନ୍ତି ଯେ ଗଣତନ୍ତ୍ର ଅତ୍ୟନ୍ତ ମୂଲ୍ୟବାନ ଅଟେ ଯାହା ଟେକ୍ନୋଲୋଜିର ଦୟାରେ ଛାଡି ଦିଆଯିବ ନାହିଁ । ତେଣୁ ନିର୍ବାଚନରେ ଇଭିଏମ ବଦଳରେ ବାଲାଟ ପେପରର ବ୍ୟବହାର ହେବା ଉଚିତ l

ମନୀଷ ତିୱାରୀ କହିଛନ୍ତି ଇଭିଏମ ଛାଡି ପେପର ବାଲାଟକୁ ଫେରିବା ପାଇଁ ଯଥେଷ୍ଟ କାରଣ ଅଛି । ଏହାର ଗୋଟିଏ ସରଳ କାରଣ ହେଉଛି ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ବାସ୍ତବରେ ଏକ ମେସିନ l ଏହାକୁ ମନୁଷ୍ୟ ଯେପରି ଚାହିଁବା ନଚେଇ ପାରିବ । ଅନ୍ୟ କୌଣସି ମେସିନ ପରି ଏହାକୁ ଟ୍ୟାମ୍ପରିଂ କରାଯାଇପାରେ, ଏହାକୁ ହ୍ୟାକ କରାଯାଇପାରେ, ଏହାର କାର୍ଯ୍ୟ ବ୍ୟାହତ ହୋଇପାରେ, ଏହା ସହିତ ଖେଳାଯାଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଇଭିଏମ ସମ୍ବନ୍ଧରେ ଭାରତର ନିର୍ବାଚନ ଆୟୋଗଙ୍କର ବାଧ୍ୟତାମୂଳକ ଅଭିମୁଖ୍ୟକୁ ବୁଝିପାରୁ ନାହିଁ । ପୃଥିବୀରେ ଯେଉଁ ଦେଶଗୁଡିକରେ ପୂର୍ବରୁ ଇଭିଏମ ବ୍ୟବହାର କରାଯାଉଥିଲା, ବର୍ତ୍ତମାନ ସେଠାରେ ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯାଉଛି l ଏହାର ସରଳ କାରଣ ହେଉଛି ବାଲାଟ ପେପରକୁ ଟାମ୍ପରିଂ କରାଯାଇପାରିବ ନାହିଁ । ତେଣୁ, ଏହି ପରିସ୍ଥିତିରେ, ୨୦୨୪ ନିର୍ବାଚନ କେବଳ କାଗଜ ଭୋଟ ମାଧ୍ୟମରେ ହେବା ଉଚିତ ।”

ତେବେ ଏହା ପ୍ରଥମ ଥର ନୁହେଁ ଇଭିଏମ ବ୍ୟବହାର କରି ନିର୍ବାଚନ କରିବା ନିଷ୍ପତ୍ତି ଉପରେ କଂଗ୍ରେସ ପୂର୍ବରୁ ଅନେକ ଥର ପ୍ରଶ୍ନ ଉଠାଇଛି । ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନରେ ଇଭିଏମ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରି ଅନେକ ଅଭିଯୋଗ କରିଥିଲା କଂଗ୍ରେସ । ଏହାପୂର୍ବରୁ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ କଂଗ୍ରେସ ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରିବାକୁ ଦାବି କରିଥିଲା । ହେଲେ ଏଯାଏଁ ଏ ଦାବି କିଛି ଶୁଣା ଯାଇ ନାହିଁ l ସେଥିପାଇଁ ପୁନଶ୍ଚ ସ୍ୱର ଉତ୍ତୋଳନ ଆରମ୍ଭ କରିଛି କଂଗ୍ରେସ l

Exit mobile version