Site icon UTKAL PRATIDIN

ପାକ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ‘ମୁନ୍ ମିଶନ୍’

4

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟା ୦୬.୦୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁଛି ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡର ବିକ୍ରମ ଅବତରଣ କରିବା ପରେ ସାରା ଭାରତ ଉତ୍ସବମୁଖର ହୋଇପଡ଼ିଛି । କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ଏହା ଏକ ସ୍ୱତନ୍ତ୍ର ଏବଂ ବଡ଼ ଉପଲବ୍ଧି । ତେଣୁ ଏହି ସଫଳତା ପରେ ସୋସିଆଲ ମିଡିଆରେ ଇସ୍ରୋ ଏଜେନ୍ସିକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ଏଥିରୁ ବାଦ୍ ଯାଇନି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ । ପାକିସ୍ତାନରୁ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି ।

ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋର ଶତ ପ୍ରତିଶତ ଚେଷ୍ଟା ବଳରେ ଆଜି ଚନ୍ଦ୍ରପୃଷ୍ଠରେ ଚାଲିପାରିଛି ରୋଭର ‘ପ୍ରଜ୍ଞାନ’ । ତେଣୁ ସବୁ ମହଲରୁ ଏଠାକାର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରାଯାଉଛି । ପାକିସ୍ତାନର ଅନେକ ଲୋକ ମଧ୍ୟ ଭାରତକୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ‘Congratulations Neighbors…’ ଏବେ ଖୁବ ଟ୍ରେଣ୍ଡରେ ରହିଛି । ଭାରତ-ପାକିସ୍ତାନ ମଧ୍ୟରେ ଶତୃତା ଲାଗି ରହିଥିଲେ ବି ଭାରତର ଏହି ସଫଳତାକୁ ପ୍ରଶଂସା କରିଛି ପଡ଼ୋଶୀ ରାଷ୍ଟ୍ର ।

ଇସ୍ରୋର ବହୁ ବର୍ଷ ପୂର୍ବରୁ ପାକ ଅନ୍ତରୀକ୍ଷ ଏଜେନ୍ସି ଆରମ୍ଭ ହୋଇଥିଲେ ହେଁ, ଏବେ ଭାରତ ପାକିସ୍ତାନକୁ ପଛରେ ପକାଇ ଖୁବ ଆଗକୁ ଯାଇଛି । ଭାରତର ଏହି ଐତିହାସିକ ସଫଳତା ଆଗରେ ପାକିସ୍ତାନ ମଧ୍ୟ ନତମସ୍ତକ ହୋଇଛି । ଏବଂ ବାଧ୍ୟ ହୋଇଛି ଭାରତକୁ ଶୁଭେଚ୍ଛାର ବାର୍ତ୍ତା ପଠାଇବା ପାଇଁ ।‘ମୁନ୍ ମିଶନ୍’ର ସପଳତାକୁ ନେଇ ଉସବାହ ମୁନେନ ନାମକ ଜଣେ ୟୁଜର କହିଛନ୍ତି ଯେ, ଶୁଭେଚ୍ଛା ପଡ଼ୋଶୀ, ଟେକ୍ନୋଲୋଜି କ୍ଷେତ୍ରରେ ଆପଣ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ।

Exit mobile version