Site icon UTKAL PRATIDIN

ସୁଭଦ୍ରା ପାଇଁ ୫୦ଟଙ୍କା ନବା ପଡିଲା ମହଙ୍ଗା

Subhadra_1726925175

ସୁଭଦ୍ରା ଫର୍ମ ସପୂର୍ଣ ମାଗଣା ।ଏହି ଫର୍ମ ପୂରଣ ପାଇଁ ମହିଳାଙ୍କ ଠାରୁ ୫୦ଟଙ୍କା ନେବା ଜନସେବକେନ୍ଦ୍ର ପାଇଁ ମହଙ୍ଗା ପଡିଲା ।ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନା ପୁଲିସ୍‌ ଜନସେବା କେନ୍ଦ୍ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନା ପୁଲିସ୍‌ ଜନସେବା କେନ୍ଦ୍ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଭଦ୍ରା’ ଫର୍ମ ପୂରଣ ପାଇଁ ସେ ମହିଳାଙ୍କଠାରୁ ୫୦ ଟଙ୍କା ଲେଖାଏଁ ନେଉଥିଲେ।

ଏନେଇ ରାଉରକେଲା ପ୍ଲାଣ୍ଟ ସାଇଡ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଜନସେବା କେନ୍ଦ୍ର ମାଲିକ ବିଜୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ର।ଯେଉଁମାନେ ସୁଭଦ୍ରା ଯୋଜନାରେ ଫର୍ମ ପୂରଣ ପାଇଁ ଟଙ୍କା ନେଉଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି ।

Exit mobile version