Site icon UTKAL PRATIDIN

ସାବାଡ୍ ହେବେ ବେପରୁଆ ଗାଡି ଚାଳକ, ଆଜିଠୁ ଜୋରଦାର ଚେକିଂ

Hyderabad-Drunk-driving

ଭୁବନେଶ୍ଵର: କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ୍ ପୋଲିସ । ଟ୍ଵିନ ସିଟିରେ ଆଜିଠୁ ପୁଣି ଆରମ୍ଭ ହୋଇଛି ଯାନବାହନ ଚେକିଂ । କଟକ ଓ ଭୁବନେଶ୍ବରରେ ପୁଣି କଡ଼ାକଡ଼ି ହେବ ଚେକିଂ। ବିକଟାଳ ହର୍ଣ୍ଣ ଓ କାରରୁ କଳା କାଚ ହଟାଇବା ଅଭିଯାନକୁ ଜୋରଦାର କରିବ କମିଶନରେଟ୍ ପୋଲିସ। ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା । ତେବେ ପୂର୍ବରୁ ସାବଧାନ ହେବା ପାଇଁ ସତର୍କ କରିଛି କରିଛି ବିଭାଗ ।

ସୂଚନା ଅନୁସାରେ, କୋଭିଡ୍ ମହାମାରୀ ସମୟରୁ ଟ୍ଵିନ ସିଟିରେ ଯାନବାହନ ଯାଞ୍ଚ ବନ୍ଦ ରହିଥିଲା। ଏବେ ପୁଣି ଏହାକୁ ଆରମ୍ଭ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭରେ ଲାଇସେନ୍ସ, ହେଲମେଟ ତଥା ଗାଡ଼ିର ଇନ୍ସୁରାନ୍ସ ଓ ପଲ୍ୟୁସନ ଆଦି ଚେକିଂ ହେବ। ଏହାସହ ଗାଡ଼ିରେ ବିକଟାଳ ହର୍ଣ୍ଣ ତଥା କଳାକାଚର ଯାଞ୍ଚ ହେବ। ଏଗୁଡ଼ିକ ପାଇଁ ମୋଟ ଅଙ୍କର ଜୋରିମାନା ଲାଗିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ସେଥିପାଇଁ ଚାଳକମାନଙ୍କୁ ଗାଡ଼ିର ସବୁ କାଗଜପତ୍ର ପୁର୍ବରୁ ପ୍ରସ୍ତୁତ ରଖିବାକୁ ପୋଲିସ ପକ୍ଷରୁ କୁହାଯାଇଥିଲା।

Exit mobile version