ନୂଆଦିଲ୍ଲୀ : ଆରମ୍ଭ ହେଲା ଅକ୍ଟୋବର ମାସ l ଏଥିସହିତ ପାର୍ବଣ ଋତୁ ମଧ୍ୟ ଆରମ୍ଭ ହୋଇଛି l ତେବେ ଏହି ଅକ୍ଟୋବର ପହିଲାରୁ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି l ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦର ୨୦୯ ଟଙ୍କା ମହଙ୍ଗା ହୋଇଛି । ନୂତନ ଦର ରବିବାର ଅର୍ଥାତ୍ ଅକ୍ଟୋବର ୧, ୨୦୨୩ ଠାରୁ ଲାଗୁ କରାଯାଇଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ୍ ଦର ୧୫୭ ଟଙ୍କା ହ୍ରାସ ପାଇଥିଲା ।
ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ ୧୭୩୧.୫୦ ଟଙ୍କା ହୋଇଛି l ଅନ୍ୟ ମେଟ୍ରୋ ବିଷୟରେ କହିବାକୁ ଗଲେ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩.୫୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ପୂର୍ବରୁ ୧,୬୩୬.୦୦ ଟଙ୍କା ଥିବା ବେଳେ ଏବେ ୧,୮୩୯.୫୦ ଟଙ୍କା ହୋଇଛି l ମୁମ୍ବାଇରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୪ ଟଙ୍କା ବୃଦ୍ଧି କରାଯାଇଛି ଏବଂ ଏହାର ମୂଲ୍ୟ ସିଲିଣ୍ଡର ପିଛା ୧,୪୮୨ ରୁ ୧,୬୮୪ ଟଙ୍କାକୁ ବୃଦ୍ଧି ପାଇଛି ।