
ନୂଆଦିଲ୍ଲୀ: ଇଟାର ଜବାବ ପଥରରେ । ଗୁଳିର ଜବାବ ମିସାଇଲରେ । ଭାରତକୁ ନଜର ପକାଇବାର ଜବାବ ଏୟାର ଷ୍ଟ୍ରାଇକ୍ରେ । ସମୟ, ବିଳମ୍ବିତ ରାତି ୧ଟା ୫୪ ମିନିଟ । ଛାରଖାର କଲା ଆତଙ୍କବାଦୀଙ୍କ ଆଡ୍ଡା । ତେବେ କେମିତି ହୋଇଥିଲା ଏୟାରଷ୍ଟ୍ରାଇକ ଏନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ । ମାତ୍ର ୨୫ ମିନିଟରେ ଆତଙ୍କୀର ସବୁ ଖେଳ ଖତମ୍ କରିଦେଲେ ଭାରତୀୟ ସେନା । ରାତି ୧ଟା ୫ରୁ ଆରମ୍ଭ ହୋଇଥିଲା ଆକ୍ରମଣ। ୧ଟା ୩୦ରେ ହୋଇଥିଲା ଶେଷ। ୨୫ ମିନିଟରେ ଧ୍ବଂସ ହୋଇଥିଲା ୯ ଟି ଆତଙ୍କୀ ଆଡ୍ଡା। ଏୟାରଷ୍ଟ୍ରାଇକ ପରେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ।
ବୁଧବାର ଦିନ ’ଅପରେସନ ସିନ୍ଦୁର’ବିଷୟରେ ସୂଚନା ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ପ୍ରେସମିଟ୍ ଡକାଯାଇଥିଲା । ଏହି ପ୍ରେସମିଟରେ ୩ଜଣ ମୁଖ୍ୟ ଉପସ୍ଥିତ ରହି ଘଟଣାର ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । ଭାରତର ବିଦେଶ ସଚିବ ବିକ୍ରମ ମିସରୀଙ୍କ ସହିତ ଦୁଇ ଜଣ ଭାରତୀୟ ମହିଳା ସେନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେହି ଦୁଇ ମହିଳା ଅଧିକାରୀ ହେଲେ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଏବଂ ଅନ୍ୟ ଜଣେ ହେଲେ ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂ ସାମ୍ନାକୁ ଆସି ଭାରତୀୟ ସେନାର ସାହସିକତାକୁ ଜଣାଇଥିଲେ । ଏହା ସହିତ ଭାରତୀୟ ସେନା କିପରି ପାକିସ୍ତାନକୁ ଧ୍ବଂସବିଧ୍ବଂସ କରିଛି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି ।
ଯେତେବେଳେ ସମସ୍ତେ ଶୋଇଥିଲେ ସେତେବେଳେ ଅର୍ଥାତ୍ ମଙ୍ଗଳବାର ରାତି ପାଖାପାଖି ୧ଟା ୫ ମିନିଟରେ ପାକିସ୍ତାନ ଭିତରେ ପଶି ଏୟାରଷ୍ଟ୍ରାଇକ୍ କରିଥିଲା ଭାରତୀୟ ବାୟୁସେନା । ପ୍ରେସମିଟ ଆରମ୍ଭରୁ ୨୦୦୧ରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ସହ ୨୦୦୮ର ମୁମ୍ବାଇ ଆକ୍ରମଣ, ଉରୀ, ପୁଲୱାମାରେ ଆକ୍ରମଣ ଜଡିତ ଭିଡିଓ କ୍ଲିପିଙ୍ଗ ପ୍ରଦର୍ଶିତ ହୋଇଥିଲା। ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ କହିଥିଲେ, ପହଲଗାମ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବାକୁ ଆରମ୍ଭ ହୋଇଛି ’ଅପରେସନ୍ ସିନ୍ଦୂର’। ଜମ୍ମୁ-କାଶ୍ମୀରରେ ଏହି ଆକ୍ରମଣ ଦେଶର ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ହୋଇଥିଲା । ଏହି ଆକ୍ରମଣରେ ପାକିସ୍ତାନର ହାତ ଥିବା ଜଣାପଡିବା ପରେ ଆକ୍ସନ ମୋଡକୁ ଆସିଛି ଭାରତ । ବିକ୍ରମ ମିସ୍ତ୍ରୀ କହିଛନ୍ତି, ପାକିସ୍ତାନ ସାରା ଦୁନିଆରେ ଆତଙ୍କବାଦର ଆଡ୍ଡାସ୍ଥଳ ପାଲଟିଛି । ଆତଙ୍କୀଙ୍କୁ ପାକିସ୍ତାନ ସରକାର ଶରଣ ଦେଇଛି ସେଥିପାଇଁ ସେମାନେ ଅପରାଧ ପାଇଁ ଶାସ୍ତି ପାଇବାରୁ ବଞ୍ଚିଯାଉଛନ୍ତି । ଅତି ପାକିସ୍ତାନ ବିରୋଧରେ ଭାରତର ପ୍ରଥମ ଏୟାରଷ୍ଟ୍ରାଇକ୍ ଅତି ଗୁରୁତ୍ବପୂର୍ଣ୍ଣ ଓ ଖୁବ୍ ମାପିଚୁପି ସହକାରେ ଆକ୍ରମଣ କରାଯାଉଛି ।
କର୍ଣ୍ଣେଲ ସୋଫିଆ କୁରେଶୀ ଅପରେସନ ସିନ୍ଦୂର ସମ୍ପର୍କରେ ପାକିସ୍ତାନର ପର୍ଦ୍ଦାଫାସ କରିଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରିଥିଲା ଏବଂ ଶିବିର ନିର୍ମାଣ କରିଥିଲା। ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ନିହତ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ପାକିସ୍ତାନର ଅନ୍ଧକାର ଗୁପ୍ତ କଥା ଉନ୍ମୋଚନ କରି ସେ କହିଛନ୍ତି ଯେ ଗତ ତିନି ଦଶନ୍ଧି ଧରି ଆତଙ୍କବାଦୀ ଭିତ୍ତିଭୂମି ନିର୍ମାଣ କରାଯାଉଛି ଯାହା ପାକିସ୍ତାନ ଏବଂ ପିଓକେ ଉଭୟରେ ବ୍ୟାପି ରହିଛି। କର୍ଣ୍ଣେଲ ସୋଫିଆ କହିଛନ୍ତି ଯେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଥିଲା। ଗତ ତିନି ଦଶନ୍ଧି ଧରି, ପାକିସ୍ତାନ କ୍ରମାଗତ ଭାବରେ ଏକ ଆତଙ୍କୀ ଭିତ୍ତିଭୂମି ନିର୍ମାଣ କରୁଛି,ଯେଉଁମାନେ ଭାରତରେ ଆକ୍ରମଣ କରିଛନ୍ତି।
ସେହିପରି ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ସୂଚନା ଦେଇ କହିଛନ୍ତି, ଠୋସ୍ ଇଣ୍ଟେଲିଜେନ୍ସ ତଥ୍ୟ ମିଳିବା ପରେ ଖୁବ୍ ସତର୍କତାର ସହ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଛି । ପାକିସ୍ତାନ ମୁଜଫରାବାଦରେ ଥିବା ଲସ୍କର ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ କରାଯାଇଛି । ଏହିଠାରୁ ହିଁ ଆତଙ୍କୀମାନେ ଟ୍ରେନିଙ୍ଗ ନେଇଥିଲେ । ଆତଙ୍କୀଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ଭାରତ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ବରନାଲା କ୍ୟାମ୍ପକୁ ମଧ୍ୟ ଧ୍ବଂସ କରାଯାଇଛି । ସିୟାଲକୋଟ ଓ ମହନୁମା କ୍ୟାମ୍ପକୁ ମଧ୍ୟ ନଷ୍ଟ କରିଦେଇଛି ଭାରତୀୟ ବାୟୁସେନା । ମାତ୍ର ୨୫ ମିନିଟରେ ୯୦ ଆତଙ୍କବୀକୁ ନିପାତ କରିଛି ଭାରତ ।