Site icon UTKAL PRATIDIN

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବାତିଲ, କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

Mohan-Charan-Majhi-Odisha-Chief-Minister-750x430 (1)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତକୁ ବାତିଲ କରିଛନ୍ତି ।ଜଣେ ସହଯୋଗୀଙ୍କ ଦେହାନ୍ତ କାରଣରୁ ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ଗସ୍ତ ବାତିଲ କରି କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୂଚନା ଅନୁସାରେ, ଆଜି ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଦିଲ୍ଲୀ ଗସ୍ତ କରିଥାଆନ୍ତେ। ରାଜନୈତିକ ସହଯୋଗୀ ତଥା କେନ୍ଦୁଝର ଜିଲ୍ଲାର ‘ଭାରତୀୟ ଜନତା ପାର୍ଟି’ ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ କାରଣରୁ ମୁଖ୍ୟମନ୍ତ୍ରୀ ଗସ୍ତ ବାତିଲ କରିଛନ୍ତି।

ସେ ନିରଞ୍ଜନଙ୍କ ଶେଷଦର୍ଶନ ଓ ଶେଷକୃତ୍ୟରେ ସାମିଲ ହେବା ପାଇଁ କେନ୍ଦୁଝର ଗସ୍ତ କରିବେ। ନିରଞ୍ଜନ ଶତପଥୀ କେନ୍ଦୁଝର ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ସହଯୋଗୀ ଭାବେ ବେଶ ଜଣାଶୁଣା ଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ବିୟୋଗ ପରେ ଶେଷ ଦର୍ଶନ ପାଇଁ ଯିବେ ମୁଖ୍ୟମନ୍ତ୍ରୀ।

Exit mobile version