Site icon UTKAL PRATIDIN

କଟକ ବାଲିଯାତ୍ରାରେ ମିଳୁଛି ବାସି ଖାଦ୍ୟ,ଖାଦ୍ୟ ଷ୍ଟଲରେ ରେଡ କଲା ସିଏମ୍‌ସି

images (2)

କଟକ ବାଲିଯାତ୍ରାରେ ବାସି ଖାଦ୍ୟ ମିଳୁଥିବାରୁ କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ୍ ମାନଙ୍କରେ ଚଢାଉ କରାଯାଇଛି। ବିଶେଷ କରି ବାସୀ ଖାଦ୍ୟ ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ ନିମ୍ନ ମାନର ତେଲକୁ ଯାଞ୍ଚ କରାଯାଇଛି। ଖିଲାପ କରିଥିବା ଦୋକାନ ଗୁଡ଼ିକୁ ଫାଇନ ଆଦାୟ କରିବା ସହ ପୁନର୍ବାର ଏପରି ନକରିବା ପାଇଁ ଚେତାବନୀ ଦିଆଯାଇଛି।ଏହା ସହିତ ବାସି ଖାଦ୍ୟକୁ ଜବତ୍ କରିବା ସହ ନଷ୍ଟ ମଧ୍ୟ କରାଯାଇଛି। ଏହି ଚଢାଉ ପ୍ରକ୍ରିୟା ବାଲିଯାତ୍ରାର ପ୍ରତ୍ୟେକ ଦିନ କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର।

Exit mobile version