Site icon UTKAL PRATIDIN

ଡାଇବେଟିସ ଔଷଧ ବିକ୍ରିକରୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ; ଭାଇରାଲ ହେଲା ଡିପ୍‌ଫେକ୍ ଭିଡିଓ…

From_the_States-UP_0_1200x768

ଲକ୍ଷ୍ନୋ: ଦେଶରୁ ଥମିବାର ନାଁ ଧରୁନି ଡିପ୍‌ଫେକ୍ (Deep Fake) ଭିଡିଓ ମାମଲା । ଏଥର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିପ୍‌ଫେକ୍ ଭିଡିଓ l ଭିଡିଓ ସାମ୍ନାକୁ ଆସିବା ପରେ ଲକ୍ଷ୍ନୌର ସାଇବର ଥାନାରେ ୨ଟି FIR ରୁଜୁ କରାଯାଇଛି । ଏହି ଡିପଫେକ୍ ଭିଡିଓରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୁହଁର ବ୍ୟବହାର କରାଯାଇ ମେଡିସିନ୍ କିଣିବାକୁ ନିବେଦନ କରାଯାଉଛି । ଏ ସଂପର୍କରେ ପୋଲିସ ଫେସବୁକ୍ ହାର୍ଡୱେୟାର ଠାରୁ ତଥ୍ୟ ମାଗିଛନ୍ତି ।

ବାସ୍ତବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସହାୟତାରେ ସାଇବର ଅପରାଧୀ ଡିପଫେକ୍ ଭିଡିଓ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡାଇବେଟିସ୍ ମେଡିସିନ୍‌ର ପ୍ରଚାର କରାଉଛନ୍ତି । ଏହା ବ୍ୟତିତ ଆଉ ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ଅନ୍ୟ ମେଡିସିନ୍ କିଣିବାକୁ ନିବେଦନ କରାଯାଉଛି ।

ସାଇବର ଥାନା ପୋଲିସ ଏବେ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି । ଫେସବୁକ ଠାରୁ ଏହି ୨ ଆକାଉଣ୍ଟ ବିଷୟରେ ତଥ୍ୟ ମଗାଯାଇଛି । ଭିଡିଓରେ AI ମାଧ୍ୟମରେ ଯେଉଁ ଅଡିଓ ଦିଆଯାଇଛି ସେଥିରେ କୁହାଯାଉଛି କି, ଏହି ମେଡିସିନ୍ ଭାରତୀୟ ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ଯେଉଁ ବ୍ୟକ୍ତି ଏହି ୱେବସାଇଟରୁ ମେଡିସିନ କିଣିବ ତାକୁ ଭଗବାନଙ୍କ ଆଶୀର୍ବାଦ ମିଳିବ । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ମୁହଁର ବ୍ୟବହାର କରାଯାଇଛି ।

Exit mobile version