
ଆମ ପରିବେଶ ଧୀରେ ଧୀରେ ଖୁବ ପ୍ରଦୂଷଣ ହେବାରେ ଲାଗିଛି l ସରକାର ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ସଚେତନତା ସତ୍ୱେ ମଧ୍ୟ କୌଣସି ପରିବର୍ତ୍ତନ ନାହିଁ l ଜାରିର ବ୍ୟବହାର ନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି l ଏହା ଛଡ଼ା ଦୋକାନୀମାନଙ୍କୁ ଫାଇନ ମଧ୍ୟ ପକାଯାଉଛି l ତଥାପି ଏ ସମାଜ ସୁଧୁରିବାର ନାହିଁ l ତେଣୁ ଲୋକମାଙ୍କ ସୁବିଧା ନିମନ୍ତେ ଏବେ କପଡା ବ୍ୟାଗ ଭେଣ୍ଡିଂ ମେସିନ୍ ଲଗାଯିବ l
ଯେପରି ଲୋକେ ସହଜରେ ଏଟିଏମ୍ ମେସିନ୍ ରୁ ଟଙ୍କା ବାହାର କରୁଛନ୍ତି ଠିକ ସେହିପରି ଭେଣ୍ଡିଂ ମେସିନ୍ରୁ କପଡ଼ା ବ୍ୟାଗ ବାହାର କରିପାରିବେ । କେବଳ ୫ ଟଙ୍କା ପକାଇ ଉକ୍ତ ଭେଣ୍ଡିଂ ମେସିନ୍ରୁ କଟନ କପଡା ବ୍ୟାଗ୍ ପାଇପାରିବେ ଲୋକେ ।
ଦିନକୁ ଦିନ ପ୍ରଦୂଷଣ ବଢୁଥିବା ଯୋଗୁଁ ପରିବେଶ ପ୍ରଦୂଷଣକାରୀ ପଲିଥିନ୍ ବ୍ୟାଗ୍ ପ୍ରତିବଦଳରେ ଏଭଳି କପଡ଼ା ବ୍ୟାଗ୍ ଯୋଗାଇବାକୁ ଯୋଜନା କରାଯାଇଛି । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ. ମୁରୁଗେସନ୍ ସୂଚନା ଦେଇଛନ୍ତି । ଯେହେତୁ ଲୁଚାଛପାରେ ପଲିଥିନ୍ ତିଆରି ବନ୍ଦ ହେଉନାହିଁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି l ପଲିଥିନ୍ ପରିବର୍ତ୍ତେ କପଡ଼ା ବ୍ୟାଗ ଯଦି ଲୋକେ ଅଳ୍ପ ଖର୍ଚ୍ଚରେ ପାଇବେ ସେମାନେ ସେଇଟାକୁ ବ୍ୟବହାର କରିବେ ବୋଲି ମୁରୁଗେସନ୍ କହିଛନ୍ତି l ତେଣୁ ଲୋକମାନେ ନିଜେ ସଚେତନ ହେଲେ ହିଁ ପରିବେଶ ପ୍ରଦୂଷଣ ରୋକା ଯାଇପାରିବ l