Site icon UTKAL PRATIDIN

ଭୁବନେଶ୍ୱରରେ ଧାରଣାରେ ବସିଲେ ପ୍ରଯୋଜିକା ସନଲିସା

IMAGE_1700737037

ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ‘ପ୍ରଥା’ ସିନେମାର ପ୍ରଯୋଜିକା ସନଲିସା।ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଳାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ, ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା, ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଦାବି କରିଛନ୍ତି ପ୍ରଯୋଜିକା ସନଲିସା।.

ଇନଭେଷ୍ଟରମାନଙ୍କୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ସହାୟତା ପ୍ରଦାନ ପାଇଁ ବି ସେ ଦାବି ରଖିଛନ୍ତି। ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲେ ବି ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଥିବା କହିଛନ୍ତି ସନଲିସା।

କିଛିଦିନ ତଳେ ଓଲିଉଡ଼ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ସନଲିସା । ଝାରସୁଗଡ଼ା ଫିଲ୍ମ ହଲରେ ତାଙ୍କ ଫିଲ୍ମ ‘ପ୍ରଥା’ କୁ ଚଲାଇ ନଦେବା ଉଦ୍ଦେଶ୍ୟରେ ପୋଷ୍ଟର ଚିରା ଯାଇଥିଲା। ଏହା ପଛରେ ମନୋଜ ମିଶ୍ରଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। 

Exit mobile version