Site icon UTKAL PRATIDIN

ଆଉ ମାତ୍ର ଦୁଇ ଦିନ, ପ୍ରକାଶ ପାଇବ +୨ ପରିକ୍ଷା ଫଳ

WhatsApp Image 2025-05-20 at 11.38.02 AM

ଭୁବନେଶ୍ଵର: ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ। ସେଥିପାଇଁ ପିଲାମାନେ ବ୍ୟସ୍ତ ହୁଅ ନାହିଁ। ଯେତିକି ଦିନ ବିଳମ୍ୱ ହେଲା, ଆଉ କିନ୍ତୁ ବିଳମ୍ୱ ହେବ ନାହିଁ ବୋଲି ପରୀକ୍ଷାର୍ଥୀଙ୍କୁ ପ୍ରତିଶୃତି ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ରେଜଲ୍ଟ । ଆଉ ବିଳମ୍ୱ ହେବନି। ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାସହ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେହେତୁ ଆଜି ଯୁକ୍ତ-୩ ଆବେଦନର ଶେଷ ତାରିଖ। ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି ପାଇଁ ନିବେଦନ କରିବୁ। ବଢ଼ିବ +୩ ପାଇଁ ନାମଲେଖା ଆବେଦନ ଅବଧି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥାହେଲେ ଗଣଶିକ୍ଷା ମନ୍ତ୍ରୀ। ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କଲେ।

ସୂଚନା ଯୋଗ୍ୟ, ମାର୍ଚ୍ଚ ୨୮ରେ ଯୁକ୍ତ ୨ ପରୀକ୍ଷା ଶେଷ ହୋଇଛି।  ଏଥିରେ ରାଜ୍ୟର ୩ ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି। ଏପ୍ରିଲ୍ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଛି। ୨ଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି। ଖାତାଦେଖା ସରିଥିବା ବେଳେ ରେଜଲ୍ଟ ପ୍ରକାଶ ପାଇଁ ଥିବା ଆନୁସଙ୍ଗିକ ସମସ୍ତ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତା ପରେ ରେଜଲ୍ଟ ପ୍ରକାଶ ପାଇବ। ମଇ ୧୫ ରୁ ୨୦ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖାତା ଦେଖାରେ କିଛି ସ୍ଥାନରେ ସମସ୍ୟା ଦେଖାଦେଇଥିଲା।ଯାହାଫଳରେ ପରୀକ୍ଷା ଫଳ ବିଳମ୍ବ ହୋଇଥିବା ଚର୍ଚ୍ଚା ହେଉଛି। କହିରଖୁଛୁ ଯେ, ଏକକାଳୀନ ଭାବେ ସମସ୍ତ ଷ୍ଟ୍ରିମ୍ ର ରେଜଲ୍ଟ ପ୍ରକାଶ ପାଇବ।  

Exit mobile version