Site icon UTKAL PRATIDIN

ବରଫ ଭିତରେ ୧୦ ଦିନ, ବଞ୍ଚିବା ପାଇଁ ଖାଉଥିଲେ ଏହି ଖାଦ୍ୟ

china-incident

ନୂଆଦିଲ୍ଲୀ: ଦୀର୍ଘ ୧୦ ଦିନ ଧରି କେବଳ ଟୁଥପେଷ୍ଟ ଖାଇ ନିଜ ଜୀବନ ବଞ୍ଚାଇଲେ ଯୁବକ । ଆପଣ ଭାବୁଥିବେ ଏହା କ’ଣ ସମ୍ଭବ । ହଁ ଆଜ୍ଞା । ଏବେ ଏପରି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାଇନାରେ ଜଣେ ଯୁବକ ପାହାଡ଼ରେ ବୁଲୁବୁଲୁ ହଜିଯାଇଥିଲେ। ୧୦ ଦିନ ପର୍ଯ୍ୟନ୍ତ କେବଳ ଟୁଥପେଷ୍ଟ ଖାଇ ନିଜ ଭୋକ ମେଣ୍ଟାଇଥିଲେ। ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ହୋଇଛି ।

୧୮ ବର୍ଷୀୟ ସନ ନାମକ ଯୁବକ ଉତ୍ତର-ପଶ୍ଚିମ ଚାଇନାର ବରଫାବୃତ ପାହାଡ଼ି ଅଞ୍ଚଳରେ ଫସି ରହିଥିଲେ । ତାଙ୍କୁ ୧୦ ଦିନ ପରେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଏହି ସମୟରେ ତାଙ୍କୁ ପ୍ରବଳ ଭୋକ ହୋଇଥିଲା। ପାଖରେ ଖାଇବା ପାଇଁ କିଛି ନ ଥିଲା। ଫଳରେ ସେ କେବଳ ଟୁଥପେଷ୍ଟ ଖାଇ ଜୀବନ ବଞ୍ଚାଇଥିଲେ । ଏହା ବ୍ୟତୀତ, ସେ ଲିଆଙ୍ଗ ନଦୀରୁ ପାଣି ପିଇଥିଲେ ଏବଂ ବରଫ ଖାଇ ଜୀବନ ବିତାଇଥିଲେ। ଉଲ୍ଲେଖନୀୟ ଯେ, ସନ ୮ ଫେବୃଆରୀରେ ଏକାକୀ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେ ଶାଂସି ପ୍ରଦେଶର ଏକ ପ୍ରମୁଖ ପର୍ବତମାଳା କୁହାଯାଉଥିବା କିଲିଂରେ ପହଞ୍ଚିଥିଲେ।

ସନ୍ ତାଙ୍କ ଯାତ୍ରା ଆରମ୍ଭ କରିବାବେଳେ ତାଙ୍କ ପାଖରେ ଥିବା ଇଲେକ୍ଟ୍ରୋନିକ ଜିନିଷଗୁଡ଼ିକର ବ୍ୟାଟେରୀ ଡ଼ାଉନ୍ ହୋଇଯାଇଥ୍‌ôଲା । ଯାତ୍ରାର ମାତ୍ର ଦୁଇ ଦିନ ପରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ପାରି ନ ଥିଲେ। ସେ ପାହାଡ଼ରେ ଥିବା ଏକ ନାଳ ବ୍ୟବହାର କରି ତଳକୁ ଚଢ଼ିଥିଲେ । ପରେ ସେ ଖସିପଡ଼ି ଅନେକ ଥର ପଡ଼ିଯାଇଥିଲେ, ଯାହା ଫଳରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ଏହା ପରେ ସେ ଏକ ପଥର ତଳେ ଆଶ୍ରୟ ନେଇଥିଲେ । ଶୁଖିଲା ଘାସର ଏକ ବିଛଣା ତିଆରି କରି ଶୋଇଥିଲେ। ସେଠାରେ ୧୦ ଦିନ ବିତାଇବା ପରେ, ଉଦ୍ଧାରକାରୀ ଦଳ ଦ୍ୱାରା ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ସନ ବୁଲିବାକୁ ବହୁତ ପସନ୍ଦ କରନ୍ତି। ସେ ସବୁବେଳେ ବିପଜ୍ଜନକ ସ୍ଥାନକୁ ଯିବାକୁ ବାଛନ୍ତି।

Exit mobile version