Site icon UTKAL PRATIDIN

ମୋହନ ସରକାରଙ୍କ ୧୦୦ଦିନ,ଶ୍ରୀକ୍ଷେତ୍ରରେ ବିଶାଳ ଜନସମାବେଶ

IMG-20240613-WA0036

ମୋହନ ସରକାରଙ୍କ ୧୦୦ ଦିନର ସଫଳତା ନେଇ ଗୁରୁବାର ଶରଧାବାଲିରେ ହେବାକୁ ଯାଉଛି ବିଶାଳ ସମାବେଶ ଓ ପ୍ରଦର୍ଶନୀ ।୧୦୦ ଦିନ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ସରକାର।ଏଥିପାଇଁ ଆଜି ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିବେ। ୨୦ରୁ ୨୩ ଯାଏଁ ଜିଲ୍ଲା ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ।ଏଥିରେ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରୀଣି, ଜିଲ୍ଲା ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରୀଣି, ମଣ୍ଡଳ ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ପଦାଧିକାରୀ, ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ଏବଂ ସଦସ୍ୟା, ସମସ୍ତ ନିର୍ବାଚିତ ସରପଞ୍ଚ ,ସମିତି ସଭ୍ୟ ଏବଂ ସଭ୍ୟା, ସମସ୍ତ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀ, ସମବାୟ ସମିତିର ନିର୍ବାଚିତ ପ୍ରତିନିଧି ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନେତୃତ୍ଵ ମାନେ ଉପସ୍ଥିତ ରହିବେ।

Exit mobile version