Site icon UTKAL PRATIDIN

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ,ରଷ୍ଟ୍ରଦୂତଙ୍କୁ କରିବେ ନିମନ୍ତ୍ରଣ

Mohan Charan Majhi

Mohan Charan Majhi | Facebook

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ।ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ରାଷ୍ଟ୍ରଦୂତଙ୍କ ଆଗରେ ରାଜ୍ୟର କଳା, ସଂସ୍କୃତିକୁ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଶାଢ଼ୀ, ପଥର କଳା, ଆଦିବାସୀ ସଂସ୍କୃତି, ପଟ୍ଟଚିତ୍ର, ହ୍ୟାଣ୍ଡଲୁମ୍‌, ଫିଲିଗ୍ରି, କୋରାପୁଟ୍ କଫି ପ୍ରଦର୍ଶିତ ହୋଇଛି।ଏହି ଅବସରରେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କର ହେବ ପ୍ରଥମ ରୋଡ୍ ସୋ’।

ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।ବିଜେଡି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ର ନାଁ ପରିବର୍ତ୍ତନ କରି ରାଜ୍ୟର ବିଜେପି ସରକାର ଏହାକୁ ‘ଉତ୍କର୍ଷ ଓଡ଼ିଶା’ର ନାମକରଣ କରିଛନ୍ତି ।ଓଡ଼ିଶାରେ ଶିଳ୍ପ ଗୁଡିକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ନିବେଶକାମକ ଅସହିତ କଥା ହେବେ ।ରାଜ୍ୟକୁ ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ କରିବେ ।

Exit mobile version