ପୂର୍ବ ସରକାର ସମୟରେ ହୋମଗାର୍ଡଙ୍କୁ ନିଯୁକ୍ତି ମିଳିନଥିଲା । ସରକାରକୁ ଆସିବା ପରେ ପ୍ରଥମ ଥର ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିଛନ୍ତି। ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେଇଛନ୍ତି।
ଏହି ଅବସରରେ ବଡ଼ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ରାଜ୍ୟରେ ୨୯୯୮ ହୋମ୍ଗାର୍ଡଙ୍କୁ ପୁନଃ ନିଯୁକ୍ତି ମିଳିବ। ଏଥିସହିତ କାର୍ଯ୍ୟରତ ହୋମଗାର୍ଡଙ୍କ ଦେହାନ୍ତ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୃତ୍ୟୁ ପରେ ପରିବାରର ଜଣଙ୍କୁ ମଧ୍ୟ ଚାକିରି ମିଳିବ। ଆଉ ୧୦ଟି ଓଡ୍ରାଫ୍ ୟୁନିଟ୍ ବଢ଼ାଯିବ ବୋଲି ସେ କହିଛନ୍ତି।ପ୍ରତି ପୁଲିସଙ୍କୁ ବାଇକ୍ ଦିଆଗଲେ ସେମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବେ। ପୁଲିସଙ୍କ ନାମରେ ବାଇକ୍ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସେମାନେ ସାଙ୍ଗରେ ନେଇ ଯାଇପାରିବେ।
ଏଥିପାଇଁ ପାଖାପାଖି ୯ହଜାର ବାଇକ କିଣାଯିବ ବୋଲି କୁହାଯାଇଛି। ଏହାସହିତ ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏଁ ଚାରିଚକିଆ ଯାନ ଦିଆଯିବ ବୋଲି ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ।